ଓଡ଼ିଶା ଖବର

ପୁଣି ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଏଯାଏଁ ୧୬୪ଜଣ ଅଧିକାରୀଙ୍କୁ ବରଖାସ୍ତ କଲେଣି ରାଜ୍ୟ ସରକାର

ପୁଣି ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ଏଯାଏଁ ୧୬୪ଜଣ ଅଧିକାରୀଙ୍କୁ ବରଖାସ୍ତ କଲେଣି ରାଜ୍ୟ ସରକାର

ଆଉ ୬ ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କୁ ବିଦା କରିଛନ୍ତି ରାଜ୍ୟ ସରକାର । ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ଏଯାଏଁ ୧୬୪ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କଲେଣି ରାଜ୍ୟ ସରକାର । ଆଜି ଜଣେ ମୁଖ୍ୟଯନ୍ତ୍ରୀ, ୩ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ୨ ବିଇଓଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସମ୍ବଲପୁର ବିଦ୍ୟୁତ୍ ବିଭାଗ ମୁଖ୍ୟଯନ୍ତ୍ରୀ ସୁନିଲ ପଣ୍ଡାଙ୍କୁ ବାଧ୍ୟତା ମୂଳକ ଅବସର ଦିଆଯାଇଛି, ସେହିଭଳି ବ୍ରହ୍ମପୁରର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ, ଭୁବନେଶ୍ବରର ଡେପୁଟି ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦୀପକ ଭୁୟାଁ ଓ ପ୍ରଶାନ୍ତ ମିଶ୍ରଙ୍କୁ ମଧ୍ୟ ସମ ଦଶା ଭୋଗିବାକୁ ପଡିଛି ।

ସୂଚନାଯୋଗ୍ୟ ରାଜ୍ୟରେ ଦୁର୍ନିତିଗ୍ରସ୍ତ ଏବଂ ଅପାରଗ ଅଧିକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ଏପରି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିବାକୁ ଠିକ୍ ମଣୁଛନ୍ତି । ବର୍ତ୍ତମାନ ରାଜ୍ୟ ଦୁର୍ନିତି ନିବାରଣ ସଂସ୍ଥା ବା ଭିଜିଲାନ୍ସ ଗୋଡେଇ ଗୋଡେଇ ଦୁର୍ନିତିରେ ଭରି ହୋଇଥିବା ଅଧିକାରୀଙ୍କ ଉପରେ ଚଢାଉ କରୁଛି । ପ୍ରଶାସନକୁ ସ୍ୱଚ୍ଛ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି ।

Related posts

ଡିଆଇଜି ପରିଚୟ ଦେଇ ଠକୁଥିଲେ ଟଙ୍କା

Odisha Halchal

ଖୁଣ୍ଟିଗୋରାରେ ମାଓ ପୋଷ୍ଟର!

Odisha Halchal

ମଇଁଷି ଗୋଠକୁ ଧକ୍କା  ଦେଲା ମୋଟର ସାଇକେଲ

Odisha Halchal

Leave a Comment