ଅପରାଧଓଡ଼ିଶା ଖବରନ୍ୟୁଜ୍

ଗୁପ୍ତ କୋଠରୀ ରୁ ବହୁ ପରିମାଣ ରେ ଦେଶୀ ମଦ ଜବତ ଓ ୨ ଗିରଫ

ଗୁପ୍ତ କୋଠରୀ ରୁ ବହୁ ପରିମାଣ ରେ ଦେଶୀ ମଦ ଜବତ ଓ ୨ ଗିରଫ।

ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ଙ୍କ ନିର୍ଦ୍ଦେଶ କ୍ରମେ ଓ ନବରଙ୍ଗପୁର ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁ ଙ୍କ ନେତୃତ୍ୱରେ ଆଜି କୋଷାଗୁମୁଡ଼ା ପୁଲିସ ସହ ମିଳିତ ଚଡାଉ ରେ ବିପୁଳ ପରିମାଣରେ ଦେଶୀ ମଦ ସହ ମହୁଲ ପୋଚ କୁ ଜବତ କରିଛି ଅବକାରୀ ବିଭାଗ । ଚଡାଉ ସମୟରେ ଜଣକ ଙ୍କ ଘର ଭିତରେ ଏକ ମାଟି ତଳେ ଥିବା ଗୁପ୍ତ କୋଠରୀ ରୁ ବହୁ ପରିମାଣର ଦେଶୀ ମଦ ସହ ରନ୍ଧା ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି ।

ଏଥିରେ ସମ୍ପୃକ୍ତ ଦୁଇଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ନେଇଗାଁ , ଦାଡିଆଗୁଡା , ଲାଣ୍ଡୁଗୁଡା ଓ ରାଜୋଡା ଗ୍ରାମରେ ଚଡାଉ କରାଯାଇ ପ୍ରାୟ ୧୫୦ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ୧୫୦୦ ଲିଟର ମହୁଲ ପୋଚ କୁ ଜବତ କରାଯାଇଛି ।

ଏଥିସହ ରାଜୋଡା ଗ୍ରାମର ଯୋଜନା ବିଶୋଇ ଓ ରାମକୃଷ୍ଣ ବିଶୋଇ ଙ୍କୁଠାରୁ ମଦ ଓ ପୋଚ ଜବତ କରି ଦୁହେଁ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । । ଏହି ଚଡାଉ ରେ କୋଡ଼ିଙ୍ଗା ଅବକାରୀ ବିଭାଗର କର୍ମଚାରୀ ସହ କୋଷାଗୁମୁଡ଼ା ପୁଲିସ କର୍ମଚାରୀ ସାମିଲ ଥିଲେ

Related posts

ରାଷ୍ଟ୍ରଦୂତମାନଙ୍କୁ ବରଖାସ୍ତ କଲେ ୟୁକ୍ରେନୀୟ ରାଷ୍ଟ୍ରପତି

Odisha Halchal

ଭୁବନେଶ୍ୱର ଆରଏମଆରସି ରେ ହେବ ମଙ୍କିପକ୍ସ ଟେଷ୍ଟ

Odisha Halchal

ପୌର ନିର୍ବାଚନ ସମୟରେ ନିରପେକ୍ଷ ରହିବାକୁ ସମସ୍ତ ସରକାରୀ ଅଧିକାରୀଙ୍କୁ କହିଲେ ରାଜ୍ୟ ସରକାର

Odisha Halchal

Leave a Comment