ଅପରାଧଓଡ଼ିଶା ଖବରନ୍ୟୁଜ୍

ଖୋର୍ଦ୍ଧା ପୋଲିସକୁ ବଡଧରଣର ସଫଳତା

ଖୋର୍ଦ୍ଧା ପୋଲିସକୁ ବଡଧରଣର ସଫଳତା

ଧଳାଜହର କାରବାରର ହବ୍ ପାଲଟିଛି ଖୋର୍ଦ୍ଧା। ଯେତିକି ଧରା ହେଉଛି, ସେତିକି ବଢି ଚାଲିଛି। ଆଜି ଖୋର୍ଦ୍ଧା ପୋଲିସକୁ ବଡଧରଣର ସଫଳତା ମିଳିଛି। ଠେଙ୍ଗାହାଟରୁ ଆର୍ଦଶ ଥାନା ପୋଲିସ ୫୦ଗ୍ରାମ ବ୍ରାଉନସୁଗାର ସହ ନଗଦ ୧୩ ଲକ୍ଷ ୬୮ହଜାର ଟଙ୍କା, ୫୧୧.୬୭୦ ଗ୍ରାମ ସୁନା, ୮୩୦ ଗ୍ରାମ ରୁପା ଜବତ କରିଛି।

୩ ମହିଳଙ୍କା ସମେତ ୬ ଜଣଙ୍କୁ ଗିରଫ କରାଯାଇଥିବା ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସପି ସିଦ୍ଧାର୍ଥ କାଟ୍ଟାରିଆ ସୂଚନା ଦେଇଛନ୍ତି।ପୋଲିସ ପକ୍ଷରୁ ଧଳାଜହର ଅପରେସନ ସ୍ବତନ୍ତ୍ର ଡ୍ରାଇଭ ଚାଲିଛି। ଆଗକୁ ଏହି ଅଭିଯାନ ତ୍ବରାନ୍ବିତ କରାଯିବ। ବେଆଇନ ଭାବେ ଅର୍ଜିତ ସ୍ଥାବର ଅସ୍ଥାବର ସମ୍ପତି ବାଜ୍ଯାପ୍ତ କରାଯିବ।

ସରକାରୀ ଜମିକୁ ଅକ୍ତିଆର କରି ବେଆଇନ ଭାବେ ନିଶା କାରବାର ଚଳାଇଥିବା ପ୍ରମାଣିତ ହେଲେ ପ୍ରଶାସନ ସହାୟତାରେ ଉଛେଦ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। ଏ ନେଇ ଖୋର୍ଦ୍ଧା ଏସ୍ପିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଲୋହିତ ମହାପାତ୍ର।

Related posts

ଦିନରେ ଶିକ୍ଷକ ରାତିରେ ନକଲି ଡାକ୍ତର

Odisha Halchal

ପୌର ଭୋଟ : ସକାଳ ୯ଟା ସୁଦ୍ଧା ୧୦ ପ୍ରତିଶତ ପୋଲିଂ

Odisha Halchal

ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସ୍ପଷ୍ଟ ଜଣାପଡ଼ିବ

Odisha Halchal

Leave a Comment