ଓଡ଼ିଶା ଖବରନ୍ୟୁଜ୍

କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇଲା ଯାତ୍ରୀବାହୀ ବସ୍‌

କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇଲା ଯାତ୍ରୀବାହୀ ବସ୍‌

କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇଲା ଯାତ୍ରୀବାହୀ ବସ୍‌। ଅନ୍ଧାରୀକୋଟି ନିକଟରେ ଏକ ଯାତ୍ରୀବାହୀ ଘରୋଇ ବସ ସୋହନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଯାଇଛନ୍ତି ଏକାଧିକ ଯାତ୍ରୀ।

ସୂଚନା ଅନୁଯାୟୀ, ସୋହନ ନାମକ ଘରୋଇ ଯାତ୍ରୀବାହୀ ବସ୍‌ଟି ଦାରିଙ୍ଗିବାଡ଼ିରୁ ବ୍ରହ୍ମପୁର ଯାଉଥିବା ବେଳେ କଳିଙ୍ଗା ଘାଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଚାଲିଯାଇଥିଲା। ଫଳରେ ସାଇନ୍ ବୋର୍ଡରେ ପିଟି ହୋଇ ବସ୍‌ଟିର ସାମ୍ନା ଭାଗ ଭାଙ୍ଗିଯାଇଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଯାତ୍ରୀ ଆହତ ହୋଇଥିବା ବେଳେ ଅନେକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆହତ ହୋଇଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଘଟଣା ବିଷୟରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଛନ୍ତି।

Related posts

ମହଙ୍ଗା ମାଡ ପରେ ମାଡ , ଡିଜେଲ ଦର ଵୃଦ୍ଧି ପରେ ବଢ଼ିଲା ବସ୍ ଭଡା

Odisha Halchal

ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମୀରବାଈ ଚାନୁ

Odisha Halchal

ଦୁର୍ଘଟଣା ପୀଡ଼ିତଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

Odisha Halchal

Leave a Comment