ଅପରାଧଓଡ଼ିଶା ଖବରନ୍ୟୁଜ୍

କୋଟାକ ସିକୁରିଟି ନାମକ ସଂସ୍ଥା ନାମରେ କୋଟି କୋଟି ଟଙ୍କା ଠକିବା ଅଭିଯୋଗ

କୋଟାକ ସିକୁରିଟି ନାମକ ସଂସ୍ଥା ନାମରେ କୋଟି କୋଟି ଟଙ୍କା ଠକିବା ଅଭିଯୋଗ

ସାଲେପୁର:-(ରିପୋର୍ଟ-ତୁଷାର ଜ୍ୟୋତି ନାୟକ )କୋଟାକ ସିକୁରିଟି ନାମକ ସଂସ୍ଥା ସେଆର ମାର୍କେଟ ନାମରେ କୋଟି କୋଟି ଟଙ୍କା ଠକିବା ଅଭିଯୋଗରେ ହିତେଶ ଷଢଙ୍ଗି ନାମକ ଯୁବାକୁ ଅଟକ ରଖି ତଦନ୍ତ ଚଳାଇଛି। ଆଜି ସାଲେପୁର ସ୍ଥିତ ତାର ଅଫିସକୁ ପୋଲିସ ହିତେଶକୁ ନେଇ ଲାପଟପ, ସ୍କାନର, ପ୍ରିଣ୍ଟର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ଥାନାକୁ ଆଣିଛି।

ଲିଖିତ ଅଭିଯୋଗ ଆସିବା ପରେ ସାଲେପୁର ପୋଲିସ ତଦନ୍ତ ଜାରି ରଖିଛି। ଅଭିଯୋଗ ଅନୁଯାୟୀ ହିତେଶ ସେଆର ମାର୍କେଟ ରେ ଟଙ୍କା ଲଗାଇ ଅଧିକ ଲାଭ ଦେବାର ପ୍ରଲୋଭନ ଦେଖାଇ ଲୋକମାନଙ୍କ ଠାରୁ ଟଙ୍କା ଆଣୁଥିଲେ। ଏହି ଭଳି ଚିଟଫଣ୍ଡ ସଂସ୍ଥା ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକୁଥିବା ନଜରକୁ ଆସୁଛି।

ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି। ହିତେଶ ସହିତ ଅନ୍ୟ କେଉଁମାନେ ଏହି ଘଟଣାରେ ସାମିଲ ଅଛନ୍ତି ସାଲେପୁର ପୋଲିସ ତଦନ୍ତ ଚଳାଇଛି।

Related posts

ଦୁର୍ନୀତିରେ ଲିପ୍ତ ଶିକ୍ଷକ !

Odisha Halchal

ଦିବ୍ୟାଙ୍ଗ ପୁଅର ଆଶା ବାଡ଼ି ସାଜିଛନ୍ତି ବାପା

Odisha Halchal

ବିଧାନସଭାରେ ଉଠିଲା ମାନସ ହତ୍ୟା ପ୍ରସଙ୍ଗ

Odisha Halchal

Leave a Comment