ଅପରାଧଓଡ଼ିଶା ଖବରନ୍ୟୁଜ୍

ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକା

ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକା

ଆତ୍ମସମର୍ପଣ କଲେ ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକା । କଳାହାଣ୍ଡି ଏସପି ଏମ.ଶ୍ରବଣା ବିବେକ ଏବଂ ଡିଆଇଜିଙ୍କ ଉପସ୍ଥିତିରେ ଦୁର୍ଦ୍ଦାନ୍‌ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

୨୦୦୯ରେ ସେ ମାଓ ସଙ୍ଗଠନରେ ଯୋଗ ଦେଇଥିଲେ । ସେତେବେଳେ ତାଙ୍କର ବୟସ ଥିଲା ୩୦ ବର୍ଷ । ସେ ୨ ବର୍ଷ ଧରି ଛତିଶଗଡରେ ରହିଲା ପରେ ୨୦୧୧ରେ ଓଡିଶା ଆସିଥିଲେ । ପରେ ୧୧ ବର୍ଷ ଧରି ଓଡିଶାରେ ମାଓ ସଙ୍ଗଠନରେ କାମ କରୁଥିଲେ ।

ସୂଚନା ଅନୁସାରେ, ଲାଳସୁ ଲାପକା ଛତିଶଗଡ ଏରିଆ କମିଟିର ସେକ୍ରେଟାରୀ ଥିଲେ । ତାଙ୍କ ଘର ଛତିଶଗଡର ଗଙ୍ଗଲୋର ଥାନା ଅଞ୍ଚଳରେ ହୋଇଥିବା ଜଣାପଡିଛି । ପୂର୍ବରୁ ସେ ବିଭିନ୍ନ ମାଓବାଦୀ ସଙ୍ଗଠନ ସହ ସକ୍ରିୟ ରହିଥଇବା ବେଳେ ତାଙ୍କ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ରହିଥିଲା ।

Related posts

ଅସମ୍ଭାଳ ଭିଡ଼ର ଭୟଙ୍କର ପରିଣାମ

Odisha Halchal

ତ୍ରିରଙ୍ଗାକୁ ଅସମ୍ମାନ କଲେ ମହାବିଦ୍ୟାଳୟର ଡାଇରେକ୍ଟର

Odisha Halchal

ଜୁଲାଇ ୧୫ରେ ମା ତାରିଣୀଙ୍କ ଆଷାଢ଼ୀ ପର୍ବ; ବନ୍ଦ ରହିବ ଘଟଗାଁ ମନ୍ଦିର

Odisha Halchal

Leave a Comment