ଓଡ଼ିଶା ଖବରନ୍ୟୁଜ୍

ଆଜି 12 ଘଣ୍ଟିଆ ସୋନପୁର ବନ୍ଦ ଡାକରା

ଆଜି 12 ଘଣ୍ଟିଆ ସୋନପୁର ବନ୍ଦ ଡାକରା

ରୁଚିକା ମହାନ୍ତୀ ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବି କରି ସୁବର୍ଣ୍ଣପୁର ଜିଲ୍ଲା ନବ ନିର୍ମାଣ ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ଆଜି 12 ଘଣ୍ଟିଆ ସୋନପୁର ବନ୍ଦ ଡାକରା ଦିଆଯାଇଛି Iଏଥିରେ ସୁବର୍ଣ୍ଣପୁର ସହରର ସମସ୍ତ ଦୋକାନ , ବଜାର , ବୈବସାୟୀକ ପ୍ରତିଷ୍ଠାନ, ସରକାରୀ , ବେସରକାରୀ କାର୍ଯ୍ୟାଳୟ ବନ୍ଦ ଥିବା ବେଳେ ସ୍କୁଲ , କଲେଜ ଆଦି ମଧ୍ୟ ବନ୍ଦ ରହିଛି I

ଏପରିକି ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି Iସକାଳୁ ସକାଳୁ ନବ ନିର୍ମାଣ ଯୁବ ସଂଗଠନର କାର୍ଯ୍ୟକର୍ତ୍ତାମାନେ ସହରର ଦୋକାନ , ବଜାର, ସ୍କୁଲ , କଲେଜ ଆଦି ପିକେଟିଂ କରି ବନ୍ଦ କରିଥିବା ବେଳେ ସହରର ମୁଖ୍ୟ ଛକ ଗୁଡିକରେ ରାସ୍ତା ଅବରୋଧ କରି ଗାଡି ଚଳାଚଳ ବନ୍ଦ କରିଛନ୍ତି I

ସହରର ବ୍ଲକ ଛକରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମଟର ଅଟକି ରହିଥିବା ବେଳେ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି Iଏହି ବନ୍ଦରେ ଜରୁରୀ ସେବା କୁ ବାଦ ଦିଆଯାଇଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି I ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅପ୍ରିତିକର ଘଟଣା ସାମାନାକୁ ଆସି ନ ଥିବା ବେଳେ ଶାନ୍ତି ଶୃଙ୍ଖଳାର ସହିତ ବନ୍ଦ ପାଳନ କରାଯାଉଛି I

Related posts

ଜିଲ୍ଲାସ୍ତରୀୟ ଆଶା, ଗାଁକଲ୍ୟାଣଏବଂ ମହିଳା ଆରୋଗ୍ୟସମିତିବାର୍ଷିକ ସମ୍ମିଳନୀ

Odisha Halchal

ଭଣ୍ଡ ସାରଥୀ ପରେ ଭଣ୍ଡ ମାତା

Odisha Halchal

ରୋପୱେ ଦୁର୍ଘଟଣା: ୨ ଜଣଙ୍କ ମୃତ୍ୟୁ, ଏବେ ବି ଫସିଛନ୍ତି ୩୦ରୁ ଅଧିକ ପର୍ଯ୍ୟଟକ

Odisha Halchal

Leave a Comment