ଓଡ଼ିଶା ଖବରନ୍ୟୁଜ୍

ଅନ୍ୟତ୍ର ବାହାଘର ଠିକ୍ ହେବାରୁ ପ୍ରେମିକ ସହ ଗଛରେ ଝୁଲି ପଡ଼ିଲେ

ଅନ୍ୟତ୍ର ବାହାଘର ଠିକ୍ ହେବାରୁ ପ୍ରେମିକ ସହ ଗଛରେ ଝୁଲି ପଡ଼ିଲେ

ଘର ଲୋକେ ଅନ୍ୟତ୍ର ବିବାହ ଠିକ୍ କରି ଦେବାରୁ ଜଣେ ଯୁବତୀ ତାଙ୍କ ପ୍ରେମିକ ସହ ମିଶି ଆତ୍ମହତ୍ୟା କରିଦେଲେ। ଜଣେ ଯୁବତୀ ଓ ଯୁବକଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିବା ପରେ ଏଭଳି ଆଲୋଚନା ହେଉଛି। ହେଲେ ସତ କ’ଣ, ତାହା ଜାଣିବା ପାଇଁ ପୁଲିସ୍ ତଦନ୍ତ କରୁଛି।

ଏହି ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କିଆକଟା ଥାନା ଅନ୍ତର୍ଗତ ବରଡ଼ାକଟା ଗାଁରେ। ଗାଁ ମୁଣ୍ଡରେ ଥିବା ଏକ ଗଛରୁ ଉକ୍ତ ଯୁବତୀ (୨୦ ବର୍ଷ) ଓ ଯୁବକ (୨୩ ବର୍ଷ)ଙ୍କ ଝୁଲନ୍ତା ମୃତଦେହ ମିଳିଛି।

ଯୁବକ ଜଣଙ୍କ ସେହି ଗାଁର ବାସିନ୍ଦା ଥିଲେ। ଅନ୍ୟପକ୍ଷରେ ଯୁବତୀଙ୍କ ଘର ଅନ୍ୟ ଗାଁରେ। କିନ୍ତୁ ସେ ବରଡ଼ାକଟା ଗାଁରେ ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିଲେ।

କୁହାଯାଉଛି, ଏହି ଯୁବକ-ଯୁବତୀ ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ଯୁବତୀଙ୍କ ବାହାଘର ଅନ୍ୟତ୍ର ଠିକ୍ ହୋଇଥିଲା। ସେଥିପାଇଁ ଉଭୟେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି।

କିଆକଟା ପୁଲିସ୍ ଘଟଣାର ତଦନ୍ତ କରୁଛି। ଏହା ପ୍ରେମ ଜନିତ ଆତ୍ମହତ୍ୟା ନା ଆଉ କିଛି କାରଣ ରହିଛି, ସେ ବିଷୟରେ ଖୋଳତାଡ଼ କରୁଛି ପୁଲିସ୍।

Related posts

ଯାଜପୁରରେ ବିଜେଡିର କ୍ଲିନ୍‌ ସ୍ୱିପ୍‌, ହାତେଇଲା ସମସ୍ତ ୧୮ ଓ୍ୱାର୍ଡ

Odisha Halchal

ଶ୍ରମିକ ଜୀବନ୍ତ ନିଆଁ ଲାଗି ଦଗ୍ଧ

Odisha Halchal

ଶ୍ରୀମନ୍ଦିରରେ ପୂଜା ନାଁରେ ଠକେଇ !

Odisha Halchal

Leave a Comment