ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଚୀନ ପୋଙ୍ଗୋଙ୍ଗ ହ୍ରଦରେ ନୂଆ ପୋଲ ନିକଟରେ ନିର୍ମାଣ କରୁଛି ସଡ଼କ, ସାଟଲାଇଟ୍ ଫଟୋ ଜାରି

ଚୀନ ପୋଙ୍ଗୋଙ୍ଗ ହ୍ରଦରେ ନୂଆ ପୋଲ ନିକଟରେ ନିର୍ମାଣ କରୁଛି ସଡ଼କ, ସାଟଲାଇଟ୍ ଫଟୋ ଜାରି

ଚୀନ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟ ‘ପୋଙ୍ଗୋଙ୍ଗ୍ ତ୍ସ୍ୟେ’ର ଦକ୍ଷିଣ କୂଳରେ ନୂଆ ପୋଲ ନିକଟରେ ସମ୍ଭାବିତ ସଡ଼କ ନେଟୱାର୍କ କାମ ଆରମ୍ଭ କରିଛି । ଏହାକୁ ନେଇ ସାଟଲାଇଟ୍ ଫଟୋ ମଧ୍ୟ ଜାରି ହୋଇଛି । ୟୁରୋପୀୟ ଅନ୍ତରୀକ୍ଷ ସଂସ୍ଥା ପାଖରେ ଉପଲବ୍ଧ ଥିବା ଫଟୋରେ ରିଜିଓଲ୍ୟୁଶନ କାରଣରୁ ଫଟୋ ସ୍ପଷ୍ଟ ଭାବରେ ଜଣାପଡୁ ନାହିଁ ଯେ, ନିର୍ମାଣର ସ୍ଥିତି କେତେଦୂର ପର୍ଯ୍ୟନ୍ତ ପହଞ୍ଚିଛି । ମାତ୍ର ଫୋଟୋରୁ ପୋଲର ଦକ୍ଷିଣ ଓ ସଡ଼କକୁ ସ୍ପଷ୍ଟ ଭାବରେ ଦେଖାଯାଇ ପାରିବ ।

ଚଳିତ ବର୍ଷ ଆରମ୍ଭରୁ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା ଯେ, ଚୀନ ପୋଙ୍ଗୋଙ୍ଗ୍ ହ୍ରଦ ନିକଟରେ ସଡ଼କ ନିର୍ମାଣ କାମ ଜାରି ରଖିଛି । ଏବେ ଏପ୍ରିଲ ଶେଷ ୨ୟ ସପ୍ତାହ ଶେଷ ସୁଦ୍ଧା ନୂଆ ଗ୍ରାଉଣ୍ଡ କଷ୍ଟ୍ରକଶନ ବହୁତ ଆଗକୁ ବଢ଼ିଛି । ଏହା ପୂର୍ବରୁ ଭାରତ ସରକାର ଚୀନ ଦ୍ୱାରା ପୋଲ ନିର୍ମାଣକୁ ବେଆଇନ ବୋଲି କହିଥିଲେ । ଏହି ପୋଲକୁ ସେହି ଅଞ୍ଚଳରେ ନିର୍ମାଣ କରାଯାଉଛି, ଯେଉଁ ସ୍ଥାନଟି ୧୯୬୨ ମସିହାରୁ ଚୀନ ଜବରଦଖଲ କରିଛି । କନ୍ତୁ ଚୀନର ଏହି ବେଆଇନ ନିର୍ମାଣକୁ ଭାରତ ସରକାର କେବେ ବି ସ୍ୱୀକାର କରିନାହାନ୍ତି । ସାଟଲାଇଟ ଫଟୋରୁ ଜଣାପଡୁଛି ଯେ, ପୋଲ ନିର୍ମାଣ ଗତବର୍ଷ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଥିଲା ।

ବିଗତ ଦିନରେ ସରକାର ସଂସଦରେ କହିଥିଲେ ଯେ, ଚୀନ ତରଫରୁ ପୋଙ୍ଗୋଙ୍ଗ୍ ହ୍ରଦ ଉପରେ ନିର୍ମାଣାଧୀନ ପୋଲ ଉପରେ ନଜର ରଖିଛନ୍ତି । ବିଦେଶ ରାଜ୍ୟ ମନ୍ତ୍ରୀ ପୀ ମୁରଲୀଧରନ ସଂସଦରେ କହିଥିଲେ ଯେ, ଭାରତ ଏହି ବେଆଇନ ଜବରଦଖଲକୁ କେବେ ବି ସ୍ୱୀକାର କରୁନାହିଁ ।

Related posts

ମଦର ଟେରେସା ସ୍ୱେର୍ଭିସିଙ୍ଗ ସେଣ୍ଟରଙ୍କ ଆନୁକୂଲ୍ୟରେ ବିଶ୍ୱ ମହିଳା ଦିବସ ପାଳନ

Odisha Halchal

ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

Odisha Halchal

ନାବାଳିକା ଶାଳୀର ଅଶ୍ବିଳ ଫୋଟ ଭାଇରଲ୍ ଅଭିଯୋଗରେ ଭିଣୋଇ ଗିରଫ

Odisha Halchal

Leave a Comment