ଓଡ଼ିଶା ଖବରନ୍ୟୁଜ୍

ଅନାଥ ହେଲେ ତିନି କଅଁଳ ଶିଶୁ

ଅନାଥ ହେଲେ ତିନି କଅଁଳ ଶିଶୁ

ମାଲକାନଗିରି :-(ରିପୋର୍ଟ -କ୍ରିଷ୍ଣାପଦ ରାୟ)ଏକ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚାଲାଣଗୁଡ଼ା ଗ୍ରାମ ପଞ୍ଚାୟତର ଟିଟିବେରି ଗ୍ରାମ ରେ ,ଅନାଥ ହୋଇଯାଇଛି ଏହି ୩ କଅଁଳ ଶିଶୁ, ହଁ ଦର୍ଶକ ବନ୍ଧୁ , ଯେଉଁ ତିନି ଶିଶୁ ଙ୍କୁ ଆପଣ ଭିଡିଓ ମାଧ୍ୟମରେ ଦେଖି ପାରୁଛନ୍ତି ।

ଏମାନେ ବର୍ତ୍ତମାନ ଅନାଥ । ନାଁ ଅଛନ୍ତି ମାଁ, ନାଁ ଅଛନ୍ତି ବାପା । ମାସେ ଟି ଭିତରେ ପ୍ରଥମେ ମାଁ ଗାଙ୍ଗି କୁରାମି ଅଜଣା ରୋଗରେ ଗୋଡ଼ ହାତ ଫୁଲି ମୃତ୍ୟୁ ବରଣ କରିଥିବା ବେଳେ, ବାପା ସମା କୁରାମି, ତିନି ପିଲାଙ୍କର ସାହା ଭରଷା ପାଲଟିଥିଲେ। କାମ ନକଲେ ଘରର ଚୁଲି ଜଳେ ନାହିଁ। ଏଭଳି ପରିସ୍ଥିତିରେ ବାପା କରିବେ ବା କ’ଣ। ପିଲାଙ୍କ ପେଟ ରେ ଦୁଇ ମୁଠାଏ ଦାନା ଯୋଗାଇ ଦେବା ପାଇଁ, କେନ୍ଦୁପତ୍ର ତୋଳିବାକୁ ଜଙ୍ଗଲ କୁ ଯାଇଥିଲେ, ତେବେ ଅଜଣା ବିଷଧର ସାପ ସମା କୁରାମିଙ୍କୁ କାମୁଡ଼ି ଦେଇଥିଲେ। ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ଅଣାଯାଇଥିଲା।

କିନ୍ତୁ ଚିକିତ୍ସାଳୟ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବାପାଙ୍କ ମୃତ୍ୟୁରେ ଆଜିକୁ ୧୦ଦିନ ବିତିଗଲାଣି। ହଁ ଦର୍ଶକ ବନ୍ଧୁ ତେବେ ଭାଗ୍ୟର ବିଡମ୍ବନା ଦେଖନ୍ତୁ। କ’ଣ ପାପ କରିଥିଲା ଏହି ନିରୀହ ଶିଶୁ ମାନେ । ସତେ ଯେପରି ଆକଶର କଳାବାଦଲ ଛାଇ ଗଲା ଏହି କଅଁଳ ବାପା ମାଁ ଛେଉଣ୍ଡ ପିଲାଙ୍କ ଉପରେ।

ତେବେ ୧୦ ବର୍ଷର ବିକୁ ଅର୍ଥାତ ବଡ଼ ଭାଇ ଗ୍ରାମ ର ଏକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପାଠ ପଡୁଥିବା ବେଳେ , ଭଉଣୀ ମାଧୁରୀ ଓ ସାନ ଭାଇ ଇର୍ମା ଗ୍ରାମ ର ଏଣେ ତେଣେ ଘୂରି,ଘୂରି ବୁଲନ୍ତି । ସମ୍ପର୍କୀୟ ମାନେ କେତେ ବେଳେ ଡାକିଲେ ଦୁଇ ମୁଠାଏ ଖାଆନ୍ତି ଏମାନେ। ତେବେ ଦର୍ଶକ ବନ୍ଧୁ, ଏଭଳି ଦୃଶ୍ୟକୁ ଦେଖିବା ପରେ ଗ୍ରାମ ବାସୀ ଓ ସମ୍ପର୍କୀୟ ଜିଲ୍ଲା ପ୍ରଶାସନ କୁ । ଏହି କଅଁଳ ଶିଶୁ ଙ୍କ ଉଜ୍ବଳ ଭବିଷ୍ୟତ ଓ ଭରଣପୋଷଣ ପାଇଁ ଦାବି କରିଛନ୍ତି।

Related posts

ଓଃ କି ଗରମ୍…ପାଣିରେ ବୁଡି ଯିବା ଟିକେ

Odisha Halchal

ସୋନାକ୍ଷୀ ସିହ୍ନା ସେୟାର କଲେ ନିର୍ବନ୍ଧର ଫଟୋ

Odisha Halchal

ରାଷ୍ଟ୍ରଦୂତମାନଙ୍କୁ ବରଖାସ୍ତ କଲେ ୟୁକ୍ରେନୀୟ ରାଷ୍ଟ୍ରପତି

Odisha Halchal

Leave a Comment