ଅପରାଧଓଡ଼ିଶା ଖବରନ୍ୟୁଜ୍

ଅଟୋ ମଧ୍ୟରେ ଯୁବକ ଙ୍କ ଶବ ଉଦ୍ଧାର

ଅଟୋ ମଧ୍ୟରେ ଯୁବକ ଙ୍କ ଶବ ଉଦ୍ଧାର

ନବରଙ୍ଗପୁର:-(ରିପୋର୍ଟ :-ପ୍ରଶାନ୍ତ କୁମାର ସାହୁ) ନୁଆଁ ବସଷ୍ଟାଣ୍ଡ ପଛରେ ଥିବା ଲୋହରା ଶାଳ ନିକଟରେ ଏକ ଅଟୋ ମଧ୍ୟରେ ଯୁବକ ଙ୍କ ଶବ ଉଦ୍ଧାର ହୋଇଛି l ମୃତ ଯୁବକ ହେଉଛନ୍ତି ନବରଙ୍ଗପୁର ସହରର ମେଦ୍ରୀ ସାହିର ପି.ମାଣିକାଣ୍ଟା ବୋଲି ସୂଚନା ମିଳିଛି l OD15Q 0173 ନମ୍ବର ଅଟୋ ମଧ୍ୟରେ ମୃତକ ଙ୍କ ଶବ ଥିବା ଦେଖିବାକୁ ମିଳିଛି l

ଗତ 28 ତାରିଖରେ ମୃତ ପି. ମାଣିକାଣ୍ଟାଙ୍କ ସହ ତିନି ଜଣ ଯୁବକ ବଲାଙ୍ଗୀର ଜିଲ୍ଲାକୁ ସିଜେରିଙ୍ଗ ଅଟୋ ଆଣିବା ପାଇଁ ଯାଇଥିଲେ l ସେମାନେ ପ୍ରାୟ ସବୁବେଳେ ଜବତ ଗାଡି ଗୁଡିକ ଆଣି ନବରଙ୍ଗପୁର ରେ ତିଆରି କରି ବିକ୍ରି କରନ୍ତି l ଗତକାଲି ବଲାଙ୍ଗୀର ଜିଲ୍ଲାରେ କୌଣସି ଏକ ଦୁର୍ଘଟଣା ହେବା ପରେ ବଲାଙ୍ଗୀର ପୋଲିସ ନବରଙ୍ଗପୁର ପୋଲିସ କୁ ସୂଚନା ନଦେଇ ନବରଙ୍ଗପୁର କୁ ଶବ ଧରି ଆସିଥିଲେ l

ସକାଳୁ ସାଙ୍ଗରେ ଯାଇଥିବା ଦୁଇ ଜଣ ଯୁବକ ନବରଙ୍ଗପୁର ଥାନା ରେ ସୂଚନା ଦେବା ସହିତ ଦୁଇ ଜଣ ଆତ୍ମ ସମର୍ପଣ ମଧ୍ୟ କରିଛନ୍ତି l ଘଟଣା ଖବର ପାଇଁ ନବରଙ୍ଗପୁର ପୋଲିସ ପହଂଚି ପ୍ରଥମିକ ତଦନ୍ତ ଆରମ୍ଭ କରିଛି l ଶବ ବ୍ୟବଚ୍ଛେଦ ହେଲା ପରେ ପରିବାର ଲୋକ ଙ୍କୁ ହସ୍ତାରନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l

Related posts

ମାଂସ ବିରିୟାନି ଖାଇବାକୁ ନେଇ ମୁହାଁମୁହିଁ

Odisha Halchal

ଗାଡି ଧକ୍କାରେ ପ୍ରିିଜାଇଡିଂ ଅଫିସରଙ୍କ ମୃତ୍ୟୁ, ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିଲେ

Odisha Halchal

ରୁଷିଆ ପର୍ଯ୍ୟଟକଙ୍କ ସନ୍ଦେହ ଜନକ ମୃତ୍ୟୁ

Odisha Halchal

Leave a Comment