ଓଡ଼ିଶା ଖବରନ୍ୟୁଜ୍

ଚିକିତ୍ସାଳୟରେ ଡ଼ାକ୍ତରଙ୍କ ଅବହେଳା ଅଭିଯୋଗ

ଚିକିତ୍ସାଳୟରେ ଡ଼ାକ୍ତରଙ୍କ ଅବହେଳା ଅଭିଯୋଗ

ମାଲକାନଗିରି :-ଗତ କିଛି ଦିନ ତଳେ ରାତିରେ ଅଜଣା ଗାଡ଼ି ଧକ୍କାରେ ଏମ୍ ଭି ୧୬ ଗ୍ରାମ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଗୋଟିଏ ମହିଷ ଛୁଆଁ ଦୁର୍ଘଟଣାର ଶୀକାର ହୋଇଥିଲା। ପରଦିନ କିଛି ବ୍ୟକ୍ତି ଗତ ୨୮ ତାରିଖରେ ମାଲକାନଗିରି ଜିଲ୍ଲା ମୂଖ୍ୟ ପଶୁ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ।

କିନ୍ତୁ ଡାକ୍ତର ଙ୍କ ଅବହେଳା କାରଣରୁ ମହିଷି ଛୁଆଁ ଟି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଚିକିତ୍ସା ନ କରିବାରୁ ମୂଖ୍ୟ ଚିକିତ୍ସାଳୟ ସାମନାରେ ଗତ ୩୦ ତାରିଖରେ ମହିଷି ଛୁଆର ମୃତ୍ୟୁ ହୋଇଯାଇଛି। ଏହି ଘଟଣା ମୁଖ୍ୟ ପଶୁ ଚିକିତ୍ସାଳୟରେ ନିୟୋଜିତ ଥିବା ଡାକ୍ତର ନିଜ ନିଜ ଭିତରେ ଜଣେ ଅନ୍ୟ ଜଣଙ୍କ ଉପରେ ଦୋଷ ଲଦି ଦେଉଛନ୍ତି। ଏହି ଅବ୍ୟବସ୍ଥା ବିଷୟରେ ସିଡିଭିଓ ଶ୍ରୀ ବିଷ୍ଣୁ ଚରଣ ସ୍ବାଇଁ ଙ୍କୁ ପଚାରିବାରୁ ସେ କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ।

ମାଲକାନଗିରି ଜିଲ୍ଲା ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି କେ. ଦେଶୀ ରାଜୁ ଆଚାର୍ଯ୍ୟ ସହିତ ଏମଭି ୧୬ ନମ୍ବର ଗ୍ରାମର କିଛି ଗ୍ରାମବାସୀ ଏହା ଉପରେ ଅବ୍ୟବସ୍ଥା ଉପରେ ଡାକ୍ତର ପାଖରେ ପଚାରିଥିଲେ ମଧ୍ୟ ସେଭଳି କିଛି ସନ୍ତୋଷ ଜନକ ଉତ୍ତର ମିଳିନଥିବା କହିଛନ୍ତି। ଏବଂ ସମ୍ପୂର୍ଣ୍ଣ ଡାକ୍ତର ଙ୍କ ଅବହେଳା ପାଇଁ, ବିନା ଚିକିତ୍ସାରେ ମହିଶି ଛୁଆଁ ଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି।

Related posts

ଆନ୍ଧ୍ରର ଆଉ ଏକ ଚାଲ୍: ଓଡ଼ିଆକୁ ଆଦିବାସୀ ଭାଷା କହି ଦେଲା ମାନ୍ୟତା

Odisha Halchal

ଜଳମଗ୍ନ ରାଜଧାନୀ, ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା .ଭିଜିବ ସାରା ରାଜ୍ୟ

Odisha Halchal

ଓଡ଼ିଆ ପୁଅକୁ ରାଜସ୍ଥାନୀ ଝିଅ

Odisha Halchal

Leave a Comment