ଦେଓଗାଁ:- (ରିପୋର୍ଟ- ଗୌରହରୀ ସାହୁ)ଆଜି ବଲାଙ୍ଗୀର ଭିଜିଲାନ୍ସ ପକ୍ଷରୁ ଦେଓଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ଚଢ଼ାଉ କରାଯାଇଥିଲା l ପରିମଳ ବିଭାଗ ର BRC ମଧୁସୂଦନ ପଟେଲ ଙ୍କ ଠାରେ ପାଞ୍ଚ ହଜାର ଟଙ୍କା ଜବତ କରିବା ସହ ବଲାଙ୍ଗୀର ଭିଜିଲାନ୍ସ କାର୍ଯ୍ୟାଳୟ ଠାରେ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି I
ଦେଓଗାଁ ଅଂଚଳରେ ପିସି କାରବାର ଚାଲିଥିବା ନିତିଦିନ ଖବର କାଗଜରେ ଆସୁଛି Iତେବେ ଭାତ ହାଣ୍ଡିରୁ ଗୋଟେ ପରି ଆଜି ଜଣଙ୍କୁ ଅଟକ ରଖିଛି ବଲାଙ୍ଗୀର ଭିଜିଲାନ୍ସ ବିଭାଗ I ବଡ଼ ବଡ଼ ମାଛ ଖସିଯାଉଥିବା ବେଳେ ଆଜି ଗୋଟେ ଛୋଟ ମାଛ ଜାଲରେ ପଡ଼ିଗଲା ବୋଲି ଦେଓଗାଁରେ ଚର୍ଚ୍ଚା ହେଉଛି l ତେବେ ଆଗକୁ ଆହୁରି ବଡ଼ବଡ଼ ଦୁର୍ନୀତି ପଦାକୁ ଆସିବ ବୋଲି ଲୋକେ ଆଲୋଚନା କରୁଛନ୍ତି l