ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ପ୍ରଥମ ତମ ପାତାଳେଶ୍ଵର ମହୋତ୍ସବ ଉଦଘାଟନ

ପ୍ରଥମ ତମ ପାତାଳେଶ୍ଵର ମହୋତ୍ସବ ଉଦଘାଟନ

ନୂଆପଡ଼ା :- (ରିପୋର୍ଟ – ଚେତୁରାମ ପ୍ରଧାନୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବୁଦ୍ଧିକୋମନା ପଂଚାୟତ ରେ ପ୍ରଥମ ତମ ପାତାଳେଶ୍ୱର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହିତାନସୁ ଶେଖର ସାମଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୁଭରମ୍ଭ କରିଥିଲେ l

ମୁଖ୍ୟ ଅତିଥି ସହ ମଞ୍ଚl ସିନ ଥିଲେ ମୁଖ୍ୟ ବକ୍ତା ମେଜର ରାମଚନ୍ଦ୍ର ପଣ୍ଡା, ସ୍ଥାନୀୟ ସରପଞ୍ଚ ସନ୍ତୋଷିନି ବାଗ,ମନ୍ଦିର ର ସଭାପତି ପ୍ରଫୁଲ ହୋତା, କମିଟି ର ସଦସ୍ୟ ସୁଧୀର ପଣ୍ଡା , ମହୋତ୍ସବ ର ସଭାପତି ଦେବୀପ୍ରସାଦ ଖମାରି, କୋଷlଧକ ନେତ୍ରମଣୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଉତ୍ସବ ରେ ଦୂର ଦୂରାନ୍ତର ରୁ ରଙ୍ଗା ରଙ୍ଗ କାଯ୍ୟକ୍ରମ କରିବାକୁ କଳାକାର ଆସିଛନ୍ତି l

ମଞ୍ଚ ପରିଚାଳନା କରିଥିଲେ ଖଗେଶ୍ୱର ବାଗ ଓ ଯୁବରାଜ ପଟେଲ l ପାଞ୍ଚ ତାରିଖ ରୁ ଦଶ ତାରିଖ ପର୍ଯ୍ୟନ୍ତ ଚଳିବ ୩୫ ଟି ଷ୍ଟଲ ସହିତ ମିନବଜାର,ବ୍ରେକ ଡାନ୍ସ, ଆକାଶ ଝୁଲା ଲାଗିଛି l ରେମୁଣା ର ଘୁଟକା ରେ ଦୁଲକି ଥିଲା ମଞ୍ଚ ।
ରାଜ କିରଣ ସିଂ ଦେଓ, ଶିବ ଶଙ୍କର ପଣ୍ଡା, ସଂଜୀବ କ୍ଷତ୍ରୀ, ଶ୍ରୀକାନ୍ତ ପଣ୍ଡା, ଭାବଗ୍ରାହୀ ପଣ୍ଡା, ମହେନ୍ଦ୍ର ଦାସ ,ଜୟନ୍ତ ନାୟକ, ପ୍ରମୁଖ ସହଯୋଗ କରିଥିଲେ ।

Related posts

ସତର୍କ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

Odisha Halchal

ପୂର୍ବ ଶତ୍ରୁତାରୁ ଛୁରାମାଡ଼, ଗୋଟିଏ ପରିବାରର ୩ ଗୁରୁତର

Odisha Halchal

ବଢିଲା ବାତ୍ୟା ଆଶଙ୍କା

Odisha Halchal

Leave a Comment