ଓଡ଼ିଶା ଖବରନ୍ୟୁଜ୍

ହାତୀ ଉପଦ୍ରବ ଥମିବାର ନା ଧରୁନି ବନ ବିଭାଗର ଖାମଖ୍ୟାଲି ଯୋଗୁଁ ଚିନ୍ତାରେ ପଡ଼ିଚନ୍ତି ଚାଷୀ

ହାତୀ ଉପଦ୍ରବ ଥମିବାର ନା ଧରୁନି ବନ ବିଭାଗର ଖାମଖ୍ୟାଲି ଯୋଗୁଁ ଚିନ୍ତାରେ ପଡ଼ିଚନ୍ତି ଚାଷୀ

ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନସ୍ତ ବୁଗୁଡ଼ା ବନାଞ୍ଚଳର ପଞ୍ଚୁଭୂତୀ ସେକ୍ସନ ଉଦୟପୁର ବିଟ ନିକଟସ୍ଥ କରସିଙ୍ଗୀ ଗାଁ ର ବଂଜର ଗହିରମାଳ ରେ ଗତ ରାତ୍ରରେ ବଣୁଆ ହାତୀ ର ଉପଦ୍ରବ ଲାଗି ରହିଥିଲା ଚାଷୀ ୮ ଟିକିଆ ହାତୀ ପଲ କୁ ଦେଖିବାକୁ ପାଇଥିଲେ ଯାହାକି ହାତୀ କୁ ଘଉଡ଼ାଇବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳତା ହୋଇପାରି ନଥିଲେ ଚାଷୀ।

ଯାହା ଫଳରେ ପ୍ରାୟ ୧୮ ଭରଣ ଜମି ଦଳା ଚକୁଟା କରିବା ସହ ପାଚିଲା ଧାନ କୁ ଖାଇ ନଷ୍ଟ କରିଦେଲେ ବନ ବିଭାଗରେ ଚାଷୀ ଅଭିଯୋଗ କରି ଆସୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନନେଉଥିବା ଚାଷୀ କହିଛନ୍ତି। ବୁଗୁଡ଼ା ବନାଞ୍ଚଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଡାକବାଜି ଯନ୍ତ୍ର ଦ୍ବାରା ଅବଗତ କରା ଯାଉଚି ନା ରାତ୍ର କାଳୀନ ପେଟ୍ରୋଲିଙ୍ଗ କରାଯାଉଛି ଯାହା ଦ୍ଵାରା ଚାଷୀ ମାନେ ବର୍ତ୍ତମାନ କ୍ଷୟକ୍ଷତି ସହୁଛନ୍ତି ।

ଯଦିଓ ପ୍ରଶାସନ ଏହାର ଆକଳନ କରି ସହାୟତା ଯୋଗାଇଦୋଉଚି ତାହା ସମୁଦ୍ର କୁ ସଂଖେ ପାଣି ଭଳି ଚାଷୀ କହିଛନ୍ତି। ଯାହା ଫଳରେ ଚାଷୀ ମାନେ ଚାଷ କାର୍ଯ ଛାଡ଼ି ଦାଦନ କାଟିବା ପାଇଁ ବାଧ୍ୟ ହେବେ ନଚେତ୍ ଆତ୍ମହତ୍ୟା କରିବେ ବୋଲି ଚାଷୀ କୂଳ କଡା ଚେତାବନୀ ଦେଇଛନ୍ତି।

Related posts

କେଉଁ ପଇସାରେ ନବୀନ ପଟ୍ଟନାୟକ ଇଟାଲୀ ଯାଇଥିଲେ?

Odisha Halchal

ବିଜେଡି ଖାତାରେ ବୌଦ୍ଧ ଏନ୍‌ଏସି, କବ୍‌ଜା କଲା ୧୬ଟି ଆସନ

Odisha Halchal

ଜୀବନ୍ତ ବ୍ରଜକାପ୍ତା ଓ ୩ ଗୋଟି ବାଇକ ସହ ୬ଜଣ ଗିରଫ

Odisha Halchal

Leave a Comment