ଓଡ଼ିଶା ଖବରନ୍ୟୁଜ୍

ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଣି ଟାଙ୍କି ନିର୍ମାଣକୁ ବିରୋଧ କଲେ ଛାତ୍ର ଛାତ୍ରୀ

ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଣି ଟାଙ୍କି ନିର୍ମାଣକୁ ବିରୋଧ କଲେ ଛାତ୍ର ଛାତ୍ରୀ

କଟକ:-ମାହାଙ୍ଗାବ୍ଳକ ଲଳିତଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଣି ଟାଙ୍କି ନିର୍ମାଣକୁ ବିରୋଧ କଲେ ଛାତ୍ରୀ ଛାତ୍ରୀ। ଲଳିତଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଣି ଟାଙ୍କିକୁ ବିରୋଧକରି ବିଦ୍ୟାଳୟ ସମୁଖରେ ଛାତ୍ର ଛାତ୍ରୀଙ୍କ ଧାରଣା। ପାଣି ଟାଙ୍କି ନିର୍ମାଣ ହେବା ପୂର୍ବରୁ 30 ଫୂଟରୁ ଉର୍ଦ୍ଧ ପ୍ରାଚୀର ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି ।

ଏହି ପଂଚାୟତରେ ବିଭିନ୍ନ ସରକାରୀ ଜମି ଥିବାବେଳେ କାହାର ସ୍ୱାର୍ଥରେ ସ୍କୁଲ ପାଚେରୀକୁ ନଷ୍ଟକରାଯାଇ ନିର୍ମାଣ କରାଯାଉଛି ପାଣିଟାଙ୍କି। ମାଟ୍ରିକପରୀକ୍ଷା ଠାରୁ ଆରମ୍ଭକରି ଶ୍ରେଣୀ ପ୍ରମୋସନ ପରୀକ୍ଷା ପାଖେଇ ଆସୁଥିବାବେଳେ ଅହରହ କାମ ହେତୁ ଶବ୍ଦପ୍ରଦ୍ୟୁଷଣ ହେବାରୁ ପାଠପଢାରେ ବ୍ୟାଘାତସୃଷ୍ଟି ହେବା ନେଇ ଛାତ୍ରଛାତ୍ରୀ ଅଭିଯୋଗ ଆଣିଛନ୍ତି। ଏପଟେ ପ୍ରଧାନଶିକ୍ଷକ ଏ ବିଷୟରେ ଉଚ୍ଚପ୍ରଦସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି।

ହେଲେ କୌଣସି ସୁଫଳ ନମିଳିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟହୋଇ ଧାରଣାକୁ ଓହ୍ଲାଇଛନ୍ତି। ସ୍କୁଲ ପରିସରରେ ବ୍ୟାପକ ସ୍କୁଲଘରର ବାରଣ୍ଡା ଥିବାବେଳେ ଛାତ୍ରଛାତ୍ରୀମାନେ ସ୍କୁଲ ପଡ଼ିଆରେ ଖରାରେ ବସି ମଧ୍ୟାହ୍ନଭୋଜନ ଖାଉଥିବାର ଦୃଶ୍ୟ ମଧ୍ୟଦେଖିବାକୁ ମିଳିଛି। ଏହାର ସ୍ଥାୟୀ ସମାଧାନ ନହେବା ଯାଏ ଛାତ୍ରଛାତ୍ରୀମାନେ ଧାରଣାରେ ବସିବେ ବୋଲି ଚେତାବନୀଦେଇଛନ୍ତି। ଏନେଇ ମଣ୍ଡଳଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଫୋନଯୋଗେ ଯୋଗାଯୋଗ କରିବାପାଇଁ ଚେଷ୍ଟା କରାଯାଇଥିବାବେଳେ ଯୋଗାଯୋଗ ହୋଇପାରିନାହିଁ।

Related posts

ସିବିଆଇ ରେଡ୍‌, ଚୀନ୍‌ ନାଗରିକଙ୍କ ଭିସା ନେଇ ଖୋଲତାଡ଼ କରୁଛି ଟିମ୍‌

Odisha Halchal

କେଉଁ ପଇସାରେ ନବୀନ ପଟ୍ଟନାୟକ ଇଟାଲୀ ଯାଇଥିଲେ?

Odisha Halchal

ରାସ୍ତାକଡ଼ରେ ପଡ଼ିଥିବା ବସ୍ତାରୁ ବାହାରିଲା ଯୁବକଙ୍କ ମୃତଦେହ

Odisha Halchal

Leave a Comment