ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି(ଦିଶା) ବୈଠକ

ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପରିଚାଳନା କମିଟି(ଦିଶା) ବୈଠକ

କେନ୍ଦ୍ରାପଡା :-(ରିପୋର୍ଟ -ଜନ୍ମେଜୟ ବିଶ୍ଵାଳ)ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ଉପସଭାପତି ଅଶୋକ ପଢିଆରି, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ କୁମାର ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଜିଲ୍ଲା ଗ୍ରାମ୍ୟ ଉନ୍ନୟ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଟେଲି ଯୋଗାଯୋଗ, ରେଳ ପ୍ରକଳ୍ପ, ଜାତୀୟ ରାଜପଥ, ସମନ୍ୱିତ ଶକ୍ତି ଉନ୍ନୟନ ଯୋଜନା(ଆଇ.ପି.ଡି.ଏସ.), ଜାତୀୟ ବ୍ୟାଙ୍କ ସେବା, ନାବାର୍ଡ ଦ୍ୱାରା ଖାଦ୍ୟ ସାମଗ୍ରୀର ସଂରକ୍ଷଣ ଓ ତାହାର ମହଜୁଦ ପାଇଁ ଶୀତଳଭଣ୍ଡାର ନିର୍ମାଣ ପାଇଁ ପ୍ରଦାନ କରାଯାଇଥିବା ଅର୍ଥରାଶିର ବିନିଯୋଗ ଆଦି ବିଭିନ୍ନ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଗତ ୨୭.୦୪. ୨୦୨୨ରିଖ ସୁଦ୍ଧା ଜିଲ୍ଲାରେ ୧୧,୦୩,୧୬୨ଟି ର୍ୟାପିଡ ଆକ୍ସନ ପରୀକ୍ଷା କରାଯାଇଥିବା ବେଳେ ୪,୩୪, ୮୬୪ଟି ଆର.ଟି.ପି.ସି.ଆର. ଟେଷ୍ଟ ହୋଇଥିଲା ଓ ଏବେ ୨୭ହଜାର ୯୬୩ଟି ପଜିଟିଭ କେଶ ମଧ୍ୟରୁ ୬ଗୋଟି ଆକ୍ଟିଭ କେଶ ଥିବାର ତଥ୍ୟ ପ୍ରଦାନ କରାଯାଇଥିଲା । ସମଗ୍ର ଜିଲ୍ଲାରେ ତା ୧୬.୦୧. ୨୦୨୧ରିଖ ଠାରୁ ତା ୨୮.୦୪.୨୦୨୨ରିଖ ମଧ୍ୟରେ ମୋଟ ୨୧,୦୪,୦୭୮ କୋଭିଡ ଟୀକାକରଣ କରାଯାଇଥିବା ବେଳେ ପ୍ରଥମ ଡୋଜ ୧୧,୩୦,୨୯୭, ଦ୍ୱିତୀୟ ଡୋଜ ୯୩,୭୪,୦୧ ଓ ୩୬,୩୮୦ଟି ସତର୍କତା ମୂଳକ କୋଭିଡ ଟୀକାକରଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ୧୨ହଜାର ୬୯୨ଟି ଆବାସ ନିର୍ମାଣ ଅଟ୍ଟକଳ କରାଯାଇଥିବା ବେଳେ ମୋଟ ୩୦୬୯ଟି ଆବାସ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ୩୨ହଜାର ୪୦୧ଜଣ ଚିହ୍ନଟ ହିତାଧିକାରୀଙ୍କୁ ଆବାସ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି । ସମଗ୍ର ଜିଲ୍ଲାରେ ୨୪୬ଟି ଗ୍ରାମ ପଞ୍ଚାୟତ ଓ ୯ଟି ବ୍ଲକକୁ ୪୫୯ଟି ଟେଲିଫୋନ ନେଟ ସେବା ପ୍ରଦାନ କରାଯାଇଥିବା ତଥ୍ୟ ପ୍ରକାଶ ପାଇଥିଲା । ଆଇ.ପି.ଡି.ଏସ. ଯୋଜନା ମାଧ୍ୟମରେ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳରେ ଯଥାକ୍ରମେ ୫.୯୮କୋଟି ଓ ୭.୬୫କୋଟି ବ୍ୟୟରେ ବିଦୁ୍ୟତ ଯୋଗାଣ ସୁବ୍ୟବସ୍ଥା ପାଇଁ ବ୍ୟୟ ଅଟ୍ଟକଳ କରାଯାଇ ପ୍ରକଳ୍ପ କାର୍ଯ୍ୟ ଚାଲୁରହିଛି ।

ଜିଲ୍ଲାରେ ବ୍ୟାଙ୍କିଂ ସେବାକୁ ଅଗ୍ରସର କରିବା ସହ ପର୍ଯ୍ୟଟନ ସ୍ଥଳ, ମାର୍କେଟ କମ୍ପ୍ଲେକ୍ସ ଓ ଛକ ଯାଗାରେ ଏ.ଟି.ଏମ. ବ୍ୟବସ୍ଥା ପାଇଁ ସାଂସଦ ଶ୍ରୀ ମହାନ୍ତି ନିର୍ଦେଶ ଦେଇଥିଲେ । ଜଳକ୍ଲିଷ୍ଟ ଅଞ୍ଚଳରେ ନୁତ୍ତନ ନଳକୂପ ନିର୍ମାଣ ପାଇଁ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଥିଲା । ଦିବ୍ୟାଙ୍ଗମାନଙ୍କୁ ସାହାଯ୍ୟ କରିବା ସହ ଯନ୍ତ୍ରାଂଶ ଯୋଗାଣ ପାଇଁ ଆ.ଲି.ଆଇ.ଏମ. କମ୍ପାନୀ ଜନସେବା କେନ୍ଦ୍ର ସହାୟତାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ସାଂସଦ ପରାମର୍ଶ ଦେଇଥିଲେ । ସମସ୍ତ ବିଭାଗୀୟ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଯନ୍ତ୍ରୀ, ସମସ୍ତ ବ୍ଲକର ବିଡିଓ, ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, କେନ୍ଦ୍ରାପଡା ପୈାରସଂସ୍ଥାର ନଗରପାଳ ଏବଂ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

Related posts

ଗୁଲି ଚଳାଇ ଦିନ ଦିପହରରେ ଲୁଟିନେଲେ ୨୦ ଲକ୍ଷ ଟଙ୍କାର ଅଳଙ୍କାର

Odisha Halchal

ଜମ୍ମୁ କଶ୍ମୀର ସୁରକ୍ଷା ନେଇ ବୈଠକ ଡାକିଲେ ଅମିତ ଶାହ

Odisha Halchal

ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ

Odisha Halchal

Leave a Comment