ଅପରାଧଓଡ଼ିଶା ଖବରନ୍ୟୁଜ୍

ଟିକସ ଫାଙ୍କିବା ଅଭିଯୋଗରେ ରେଡ୍‌

ଟିକସ ଫାଙ୍କିବା ଅଭିଯୋଗରେ ରେଡ୍‌

ଭୁବନେଶ୍ୱର(ବ୍ୟୁରୋ ଓଡିଶା ହାଲଚାଲ):-ରାଜଧାନୀରେ ଡିଏନ୍‌ ହୋମ୍ସ ଗ୍ରୁପରେ ଇନ୍‌କମ୍‌ ଟ୍ୟାକ୍ସ ରେଡ୍ । ଡିଏନ୍‌ ହୋମ୍ସ ଗ୍ରୁପ ରାଜଧାନୀର ଏକ ବ୍ୟବସାୟିକ ପ୍ରତିଷ୍ଠାନ। ଭୁବନେଶ୍ୱର ସ୍ଥିତ ପୋଷ୍ଟାଲ କଲୋନୀ ସମେତ ୨୦ ସ୍ଥାନରେ ଏହି ରେଡ୍ କରାଯାଇଛି।

ଟିକସ ଫାଙ୍କିବା ଅଭିଯୋଗରେ ଏହି ରେଡ୍‌ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱର ୪ ନମ୍ବରରେ ଥିବା ଜଣେ କର୍ମଚାରୀଙ୍କ ଘରେ ଆଇଟି ବିଭାଗର ୭ ଜଣିଆ ଟିମ୍ ଚଢାଉ କରୁଛନ୍ତି । ଚଢାଉ ସମୟରେ ୩୦ କୋଟି ନଗଦ ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି ।

ଇନ୍‌କମ୍‌ ଟ୍ୟାକ୍ସର ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବା ସହ ମାସକୁ କେତେ ଟର୍ନ ଓଭର ହେଉଛି, ସେହି ଅନୁସାରେ ଏହି ବ୍ୟାବସାୟିକ ପ୍ରତିଷ୍ଠାନ ଇନ୍‌କମ୍‌ ଟ୍ୟାକ୍ସ ଦେଉଛି କି ନାହିଁ ତାର ଯାଞ୍ଚ କରୁଛନ୍ତି ।

Related posts

ପୁଅର ନିଶା ଛଡ଼ାଇ ଦେବେ କହି ହତ୍ୟା

Odisha Halchal

ରାଷ୍ଟ୍ରପତି ପ୍ରାର୍ଥୀ ହେବାପରେ ଦ୍ରୈପଦୀ ମୁର୍ମୁଙ୍କୁ Z+ ସୁରକ୍ଷା

Odisha Halchal

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ଆଜିଠାରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି

Odisha Halchal

Leave a Comment