ଅପରାଧଓଡ଼ିଶା ଖବରନ୍ୟୁଜ୍

ଯୁବକଙ୍କୁ ନିର୍ଦ୍ଧୁମ ଛେଚି ଥାନାରେ ଜୀମା ଦେଲେ ଲୋକେ

ଯୁବକଙ୍କୁ ନିର୍ଦ୍ଧୁମ ଛେଚି ଥାନାରେ ଜୀମା ଦେଲେ ଲୋକେ

ବୌଦ୍ଧ :-ମିଛ କହି ଟଙ୍କା ଉଠାଣ କରିବା ପଡିଲା ମହଙ୍ଗା।କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ଗ୍ରାମରେ ଏକ ଅଚିହ୍ନା ବ୍ୟକ୍ତି ଲୋକଙ୍କୁ ମିଛ କହି ଟଙ୍କା ଲୁଟ କରିଥିବା ଅଭିଯୋଗରେ ଘଣ୍ଟାପଡା ପୋଲିସ ଗିରଫ କରିଛି l

ସୂଚନା ପ୍ରକାରେ ଉକ୍ତ ବ୍ୟକ୍ତି ମସିଣାଗୋରା ଗ୍ରାମକୁ ଆସି ଶ୍ରମକାର୍ଡରେ ଟଙ୍କା ମିଳିବ, ଆବାସ ଘର ମିଳିବ ଆଦି କହି ଲୋକଙ୍କୁ ଆଧାର କାର୍ଡ ମାଗିବା ସହ ବାୟୋମେଟ୍ରିକ ଯନ୍ତ୍ରରେ ଟିପଚିହ୍ନ ନେଇ ଲୋକଙ୍କ ଅଜାଣତରେ ଟଙ୍କା ଉଠାଣ କରୁଥିଲା l ଜଣେ ବ୍ୟକ୍ତି ଠାରୁ ଚାରି ହଜାର ଓ ଅନ୍ୟ ଜଣେ ବ୍ୟକ୍ତି ଠାରୁ ସାତ ହଜାର ଟଙ୍କା ଉଠାଣ କରିଥିଲା l

ଏହା ଜାଣି ପାରିବାରୁ ଲୋକେ ନିର୍ଧୁମ ମାଡ଼ ମାରିବା ସହ ଘଣ୍ଟାପଡା ଥାନାକୁ ଖବର ଦେଇଥିଲେ l ଘଣ୍ଟାପଡା ପୋଲିସ ଥାନାକୁ ନେଇ ପଚରା ଉଚୁରା ଚଳେଇଥିବା ଥାନା ଅଧିକାରୀ ବିଶ୍ଵାମିତ୍ର ଲୋଇ ସୂଚନା ଦେଇଛନ୍ତି l

Related posts

ମଝି ରାସ୍ତାରେ ବୁଲିଲା ଖଣ୍ଡା

Odisha Halchal

୨୦୨୪ ସୁଦ୍ଧା ମାଲକାନଗିରିରି ଉଡିବ ବିମାନ

Odisha Halchal

ସ୍ୱାମୀଙ୍କୁ ନିଜ ଜୀବନରୁ ଆଉଟ୍‌ କଲେ ରାଖୀ, ହଟାଇଲେ ଟାଟୁ

Odisha Halchal

Leave a Comment