ଅପରାଧଓଡ଼ିଶା ଖବରନ୍ୟୁଜ୍

ଜଙ୍ଗଲରୁ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର, ଗୁଣିଗାରେଡି ସନ୍ଦେହରେ ଅଟକ ରଖିଥିଲେ ଗ୍ରାମବାସୀ

ଜଙ୍ଗଲରୁ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର, ଗୁଣିଗାରେଡି ସନ୍ଦେହରେ ଅଟକ ରଖିଥିଲେ ଗ୍ରାମବାସୀ

ଜଙ୍ଗଲରୁ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର । ଗୁଣି ଗାରେଡି ସନ୍ଦେହରେ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଜଙ୍ଗଲରେ ଅଟକ ରଖିବା ନେଇ ଅଭିଯୋଗ ହୋଇଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଗୁଡିଖୋଳା ଗ୍ରାମରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଶ୍ୟାମସୁନ୍ଦର ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ଭୋଳାନାଥ ମାଝୀଙ୍କୁ ଗ୍ରାମବାସୀ ଜଙ୍ଗଲରେ ଅଟକ ରଖିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା ।

ଗୁଡିଖୋଳା କେନ୍ଦ୍ରରେ ମତଦାନ ପ୍ରକ୍ରିୟା ବନ୍ଦ ପରେ ନୀଳଗିରି ଆଇଆଇସି ପହଞ୍ଚି ସମିତିସଭ୍ୟ ପ୍ରାର୍ଥୀଙ୍କୁ ଉଦ୍ଧାର କରିବା ପରେ ମତଦାନ ପ୍ରକ୍ରିୟା ପୁଣି ଚାଲୁ ହୋଇଥିଲା ।

Related posts

ପୁଣି ଜଣେ ଦିବ୍ୟାଙ୍ଗ ଯୁବତୀ ଗର୍ଭବତୀ; ଥାନାରେ ଏତଲା, ଅଭିଯୁକ୍ତକୁ ଖୋଜୁଛି ପୁଲିସ

Odisha Halchal

କଥାରେ ନୁହେଁ, କାମରେ ବିଶ୍ୱାସ କରେ-ମୁଖ୍ୟମନ୍ତ୍ରୀ

Odisha Halchal

ଇମ୍ରାନଙ୍କ ଘନିଷ୍ଠଙ୍କ ସହଯୋଗିଙ୍କ ଘର ଉପରେ ଚଢାଉ

Odisha Halchal

Leave a Comment