ଅପରାଧଓଡ଼ିଶା ଖବରନ୍ୟୁଜ୍

ଖୁଣ୍ଟିଗୋରାରେ ମାଓ ପୋଷ୍ଟର!

ଖୁଣ୍ଟିଗୋରାରେ ମାଓ ପୋଷ୍ଟର!

କଣ୍ଟାମାଳ(ଓଡିଶା ହାଲଚାଲ):- ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅନ୍ତର୍ଗତ ଖୁଣ୍ଟିଗୋରାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ଖୁଣ୍ଟିଗୋରା ମାର୍କେଟର ଏକ ଗଛରେ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ କିଛି ମାଓ ନେତାଙ୍କ ଫଟୋ ରହିଥିବାବେଳେ ସେଥିରେ ଏନକାଉଣ୍ଟର ହୋଇଥିବା ମାଓବାଦୀଙ୍କୁ ସହିଦ ଦର୍ଶାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି ।

ଏମିତିକି ସହିଦଙ୍କ ଶ୍ରଦ୍ଧାଞ୍ଜଳି ବ୍ୟର୍ଥ ଯିବ ନାହିଁ ବୋଲି ମଧ୍ୟ ପୋଷ୍ଟରରେ ଲେଖାଯାଇଥିବାବେଳେ ଆଉ ଏକ ପୋଷ୍ଟରରେ ପୁଲିସ ଦମନ ଓ ମିଥ୍ୟା ଏନକାଉଣ୍ଟର ଉପରେ ଜୁନ ୨୫ରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଧକୁ ସଫଳ କରନ୍ତୁ ବୋଲି ଉଲ୍ଲେଖ ରହିଛି ।

ଏସବୁ ପୋଷ୍ଟର ପ୍ରକୃତରେ ମାଓବାଦୀ ମାରିଛନ୍ତି ନାଁ ମାଓବାଦୀଙ୍କ ନାମରେ ଅନ୍ୟ କେହି ମାରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନଥିଲେ ହେଁ ସାଧରଣରେ ଭୟ ଦେଖିବାକୁ ମିଳିଛି ।ଏନେଇ ଘଣ୍ଟାପଡା ପୁଲିସ ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ବଳଭଦ୍ର ଗଣ୍ଡ ସୂଚନା ଦେଇଛନ୍ତି ।

Related posts

କରୋନାର XE ଭାରିଆଣ୍ଟ କ’ଣ? ଭାରତରେ ପ୍ରଥମ ମାମଲା ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ

Odisha Halchal

ଏ ଖାଦ୍ୟକୁ କୁକୁର ଖାଉନାହାନ୍ତି, ସରକାର ଆସି ଚାଖନ୍ତୁ

Odisha Halchal

ଦ୍ରୁତ ଗତିରେ ବଦଳୁଛି ନେପଚୁନ୍‌ର ତାପମାତ୍ରା, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

Odisha Halchal

Leave a Comment