ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଜନ୍ମେଜୟ ସାହୁ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସାଧାରଣ ସମ୍ପାଦକ (ଓବିସି) ଭାବେ ମନୋନୀତ

ଜନ୍ମେଜୟ ସାହୁ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସାଧାରଣ ସମ୍ପାଦକ (ଓବିସି) ଭାବେ ମନୋନୀତ

ଦେଓଗାଁ:- (ରିପୋର୍ଟ-ଗୌରହରି ସାହୁ )ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଜନ୍ମେଜୟ ସାହୁ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସାଧାରଣ ସମ୍ପାଦକ (ଓବିସି) ଭାବେ ମନୋନୀତ ହୋଇଛନ୍ତି l

ଗତ 22 ତାରିଖରେ ଅଲ ଇଣ୍ଡିଆ କଂଗ୍ରେସ ତରଫରୁ 22 ଜଣଙ୍କ ନାମ ତାଲିକାରେ ତାଙ୍କ ନାମ ରହିଥିବାରୁ ବଲାଙ୍ଗୀର ତଥା ଦେଓଗାଁ ବ୍ଲକ କଂଗ୍ରେସ କର୍ମକର୍ତ୍ତା ଙ୍କ ମଧ୍ୟରେ ଉତ୍ସାହ ଖେଳିବା ସହ ଆଗକୁ ସଂଗଠନ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି l

ଏଥିପାଇଁ ଦେଓଗାଁ ବ୍ଲକ କଂଗ୍ରେସ ତରଫରୁ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ନରସିଂହ ମିଶ୍ର, ଓବିସି ସେଲ ରାଜ୍ୟ ସଭାପତି ବିଜୟା ନନ୍ଦ ଚାଉଳିଆ ଓ ପିସିସି ସାଧାରଣ ସମ୍ପାଦକ ବିଧୁଭୂଷଣ ତ୍ରିପାଠୀ ଙ୍କୁ ଧନ୍ୟବାଦ ଜଣାଇଛି l

Related posts

ବର୍ଷା ଋତୁରେ ହୁଏ କେଶ ସମସ୍ୟା : କେଶ ଝଡ଼ିବାରୁ ମୁକ୍ତି ପାଇବାକୁ ଲଗାନ୍ତୁ ଏହି ୩ଟି ତେଲ

Odisha Halchal

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନ ହେଲେ ଜରିମାନା

Odisha Halchal

ମାତିଛନ୍ତି ସାଇବର ଲୁଟେରା; ପାର୍ବଣ ଋତୁରେ ଲୁଟିଲେ ୫୦ ଲକ୍ଷ

Odisha Halchal

Leave a Comment