ଓଡ଼ିଶା ଖବରନ୍ୟୁଜ୍

ଗାଁ କୁ ଚାଲ କାର୍ଯ୍ୟକ୍ରମ

ଗାଁ କୁ ଚାଲ କାର୍ଯ୍ୟକ୍ରମ

ବୌଦ୍ଧ:-“ଗାଁ କୁ ଚାଲ “- କାର୍ଯ୍ୟକ୍ରମରେ ଆଜି ବୌଦ୍ଧ ଜିଲ୍ଲାପାଳ ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ପଞ୍ଚାୟତସ୍ଥ ବାଲିଅନ୍ତା ଗ୍ରାମ ପରିଦର୍ଶନ କରିଥିଲେ । ପ୍ରାଣୀ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା । ତତସହିତ ଗ୍ରାମବାସୀଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରି କର୍ମଚାରୀମାନଙ୍କ ଦ୍ଵାରା ଅଗ୍ରାଧିକାର ଭିତିରେ ୨୧ ଜଣଙ୍କୁ ଭତ୍ତା କାର୍ଡ ତୁରନ୍ତ ପ୍ରଦାନ କରାଯାଇଥିଲା । ତତସହିତ ବୟଜ୍ୟୋଷ୍ଠ ମାନଙ୍କୁ ୭ ଗୋଟି କମ୍ବଳ ପ୍ରଦାନ କରାଯାଇଥିଲା ।

ଅଙ୍ଗନବାଡି କେନ୍ଦ୍ରର ଅନିୟମିତତା ଯୋଗ ସମ୍ପୃକ୍ତ ଦୁଇ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ ନିମନ୍ତେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଦୁଇ ଜଣ ଦୀର୍ଘଦିନରୁ ପୀଡିତ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଆଶାକର୍ମୀଙ୍କ ଦ୍ଵାରା ବୌଦ୍ଧ ମେଡିକାଲକୁ ପଠାଇବାର ବନ୍ଦୋବସ୍ତ କରାଗଲା । ତତସହିତ ବକେୟା ଥିବା ବିବାହ ପ୍ରୋତ୍ସାହନ ରାଶି, ଗ୍ରାମର ଉଠା ଜଳସେଚନ ପଏଣ୍ଟ ତଥା ସ୍କୁଲ ସମ୍ମୁଖସ୍ଥ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରି ଖେଳ ପଡିଆ ପ୍ରସ୍ତୁତ ଆଦି ପ୍ରତିଟି ସମସ୍ୟାକୁ ଆଲୋଚନା କରି ବିହିତ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

“ଗାଁ କୁ ଚାଲ “- କାର୍ଯ୍ୟକ୍ରମ ଦିନକୁ ଦିନ ଅଧିକ ଲୋକାଭିମୁଖୀ ହେବା ଯୋଗୁଁ ଅଧିକାଂଶ ଗ୍ରାମରୁ ଜିଲ୍ଲାପାଳଙ୍କ ଗସ୍ତ ପାଇଁ ଅନୁରୋଧମାନ ଆସୁଅଛି । ଆଗାମୀ ଦିନରେ ଏହାକୁ ତ୍ବରାନ୍ଵିତ କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀ ଦେବୀ ପ୍ରସାଦ ଦାଶ, ତହସିଲଦାର, ବୌଦ୍ଧ, ଶ୍ରୀମତୀ ସ୍ଵପ୍ନିତା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ହରଭଙ୍ଗା, ଶ୍ରୀମତୀ ସସ୍ମିତା ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ବୌଦ୍ଧ, ଶ୍ରୀ ସୁଧାଂଶୁ ଶେଖର ପୂଜ।ହାରୀ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ, ବୌଦ୍ଧ, ଶ୍ରୀମତୀ ନିରୁପମା ପାଣି, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ହରଭଙ୍ଗା ଅଂଶଗ୍ରହଣ କରିଥିଲେ ।

Related posts

ଵିଜୟ ପ୍ରଧାନ ଙ୍କ ବିୟୋଗରେ ମହାକାଳପଡ଼ା ସ୍ତବ୍ଧ

Odisha Halchal

ଟେଲି ଅଭିନେତ୍ରୀ ରଶ୍ମୀରେଖା ମୃତ୍ୟୁ ମାମଲା, ଦୁଇ ବୟଫେଣ୍ଡଙ୍କୁ ଜେରା

Odisha Halchal

୧୭ବର୍ଷ ପରେ ପରିବାରକୁ ମିଳିଲା ନ୍ୟାୟ

Odisha Halchal

Leave a Comment