ଅପରାଧଓଡ଼ିଶା ଖବରନ୍ୟୁଜ୍

ଟେଲି ଅଭିନେତ୍ରୀ ରଶ୍ମୀରେଖା ମୃତ୍ୟୁ ମାମଲା, ଦୁଇ ବୟଫେଣ୍ଡଙ୍କୁ ଜେରା

ଟେଲି ଅଭିନେତ୍ରୀ ରଶ୍ମୀରେଖା ମୃତ୍ୟୁ ମାମଲା, ଦୁଇ ବୟଫେଣ୍ଡଙ୍କୁ ଜେରା

ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା । ମାମଲାରେ ରହସ୍ୟ ବଢିବାରେ ଲାଗିଛି । ତେବେ ଏହି ମୃତ୍ୟୁ ମାମଲାରେ ରଶ୍ମିରେଖାଙ୍କ ଦୁଇ ବୟଫେଣ୍ଡ ସନ୍ତୋଷ ପାତ୍ର ଓ ପୂର୍ବତନ ବୟଫେଣ୍ଡ ରାଜାଙ୍କୁ ଜେରା କରାଯିବ । ଏହି ଦୁଇ ବୟଫେଣ୍ଡକୁ କମିଶନରେଟ ପୋଲିସ ଜେରା କରିବ ବୋଲି ଜଣାପଡିଛି ।

ତେବେ ଆତ୍ମହତ୍ୟା ପଛର କାରଣ କଣ ରହିଛି ଏବଂ ଆତ୍ମହତ୍ୟା କରିବାକୁ କିଏ ଉସୁକେଇଥିଲା ସେନେଇ ଜେରା କରାଯିବ । ସେପଟେ ଆଜି ମଧ୍ୟ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ମଧ୍ୟ ସ୍ପଷ୍ଟ ହୋଇଯିବ ।ସୂଚନା ଅନୁସାରେ, ରଶ୍ମିରେଖାଙ୍କ ମୃତଦେହ ସୋମବାର ନୟାପଲ୍ଲୀସ୍ଥିତ ଭଡା ଘରୁ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା ।

ମୃତଦେହ ପାଖରେ ଥିବା ଏକ ଟେବୁଲ ସୁସାଇଡ ନୋଟ ମଧ୍ୟ ପୋଲିସ ଜବତ କରିଥିଲା ।ସୁସାଇଡ ନୋଟରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନଥିବା ଲେଖା ଯାଇଥିଲା । ଏହାସହିତ ପରିବାର ଲୋକେ କାହାରି ନାଁ ଅଭିଯୋଗ ନକରିବାକୁ ମଧ୍ୟ କୁହାଯାଇଥିଲା । ଯଦି କାହାକୁ ଦୋଷୀ କରାଯାଏ ତେବେ ସେ କାହାରିକୁ ଛାଡିବେ ନାହିଁ ବୋଲି ଲେଖା ଯାଇଥିଲା ।

Related posts

ହ୍ରିତିକ୍‌ଙ୍କ ପରିବାର ସବା ଆଜାଦଙ୍କର ନେଉଛନ୍ତି ବିଶେଷ ଯତ୍ନ, ଅଭିନେତ୍ରୀ ସେୟାର କଲେ ଫଟୋ

Odisha Halchal

ମେସିନ୍‌ରେ ପଶିଗଲା ଚୁଟି, ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ

Odisha Halchal

ମିଲିଟୋପୋଲ୍‌ର ମେୟର୍‌ଙ୍କୁ ଅପହରଣ କରି ନେଇଛନ୍ତି ରୁଷୀୟ ସୈନିକ

Odisha Halchal

Leave a Comment