ଅପରାଧଓଡ଼ିଶା ଖବରନ୍ୟୁଜ୍

ପୋଲିସ୍ ହାତରେ 5ଜଣିଆ ଡକାୟତି ଗ୍ୟାଙ୍ଗ

ପୋଲିସ୍ ହାତରେ 5ଜଣିଆ ଡକାୟତି ଗ୍ୟାଙ୍ଗ

ଗଞ୍ଜାମ(ଓଡିଶା ହାଲଚାଲ):-ବୁଗୁଡା ପୋଲିସ୍ ହାତରେ 5ଜଣିଆ ଡକାୟତି ଗ୍ୟାଙ୍ଗ।ଗଞ୍ଜାମ ଜିଲ୍ଲା ବୁଗୁଡା ପୋଲିସ୍ କୁ ମିଳିଛି ବଡ ସଫଳତା , ବୁଗୁଡା ଥାନା ଇଲାକା ତଥା ଗଞ୍ଜାମଜିଲ୍ଲାର ବିଭିନ୍ନ ସ୍ତାନରେ ଡକାୟତ, ରାହାଜାନି, ଦାଦାବଟି ଭଳି ବିଭିନ୍ନ ଅପରାଧିକ କର୍ଯ୍ୟ କରିଆସୁଥିବା ଏକ ବଡ ଗ୍ଯାଙ୍ଗ କୁ ଆଜି ବୁଗୁଡା ଥାନା ପୋଲିସ୍ ସୁରାକ ପାଇ ଗ୍ଯାଙ୍ଗ କୁ ଧରିବାରେ ସଫଳ ହୋଇଛି।

ଏହାକୁ ନେଇ ଛତ୍ରପୁର ଆଡିସିନାଲ ଏ ସ ପି ପ୍ରଫୁଲ କୁମାର ବଡ଼ଜେନା ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଜେ ଗତକାଲି ରାତିରେ ଅଭିଯୁକ୍ତ ମାନେ ବାଲିପଦର ନିକଟସ୍ଥ ପୋଚlଲୁଣ୍ଡି ଛକ ନିକଟରେ ଡକାୟତି ଯୋଜନା କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବୁଗୁଡ଼ା ପୋଲିସ ସେଠାରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ କାବୁକରିବାରେ ସକ୍ଷମ ହୋଇଥିଲା ସେମାନଙ୍କଠାରୁ ନଗଦ ଏକଲକ୍ଷ ବାଇସିହଜାର , ତିନୋଟି ଅଫୁଟା ବୋମା , ତିନୋଟି ପିସ୍ତଲ, 10ଟି ଜିବନ୍ତ ଗୁଳି , ଷ୍ଟିଲ ଭୁଜାଲି , 130ଗ୍ରାମ ସୁନା,6ଟି ମୋବାଇଲ ଫୋନ,2 ଟି ମୋଟର ସାଇକେଲ, ଲଙ୍କାଗୁଣ୍ଡ ଆଦି ଜବତ କରିବା ସହିତ ପାଞ୍ଚ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି ।

ବୁଗୁଡ଼ା ଥାନାଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ସୂଚନା ଅନୁସାରେ ଅଭିଯୁକ୍ତମାନେ ହେଲେ କବିସୂର୍ଯ୍ୟନଗର ର କୁନା ବାରିକ, ବୁଗୁଡ଼ା ଥାନା କଂଚୁରୁ ଗ୍ରାମର ନାରାୟଣ ବେହେରା, ମlଣିତରl ଗ୍ରାମର ରିଟୁ ରଣା,ଭଞ୍ଜନଗର ବେଣାକୁନ୍ଦା ର ସନିଆ ନାଇକ,ଆନ୍ଧ୍ରପ୍ରଦେଶ ପଲାସା ଗ୍ରାମର ତିରୁମାଳା ପାତ୍ର l ଏ ନେଇ ବୁଗୁଡ଼ା ଥାନାପୋଲିସ 447/23 ରେ ଏକ ଡକାୟତି ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିବାସହିତ ଏହି ଗ୍ୟାଙ୍ଗର ଚେର କେତେ ଦୂର ଲମ୍ବିଛି ତାହାର ତଦନ୍ତ ଚଲାଇଛି।

Related posts

ଵିଜୟ ପ୍ରଧାନ ଙ୍କ ବିୟୋଗରେ ମହାକାଳପଡ଼ା ସ୍ତବ୍ଧ

Odisha Halchal

ବାରିପଦା ସହର ମଧ୍ୟରୁ ୧୮ ଲକ୍ଷର ଧଳା ଜହର ଜବତ, ମହିଳା ଗିରଫ

Odisha Halchal

ଡକାୟତ କରୁଥିବା ବେଳେ ଗ୍ରାମବାସୀ ମାନେ ଚୋର କୁ କାବୁ କରି ନିସ୍ତୁକ ମାଡ଼

Odisha Halchal

Leave a Comment