ଓଡ଼ିଶା ଖବରନ୍ୟୁଜ୍

ପାଣି ପାଇଁ ଚାଷୀଙ୍କ ଲଢେ଼ଇ

ପାଣି ପାଇଁ ଚାଷୀଙ୍କ ଲଢେ଼ଇ

ନୂଆପଡ଼ା:-(ରିପୋର୍ଟ:-ଚେତୁରାମ ପ୍ରଧାନୀ)ନୂଆପଡ଼ା ଜିଲ୍ଲା ରେ ଚାଷୀଙ୍କ ଲଢେ଼ଇ ଥମିବାର ନା ନେଉ ନାହିଁ କେତେବେଳେ ଧାନ ମଣ୍ଡି ପାଇଁ ଲଢେ଼ଇ ତ କେତେବେଳେ ଚାଷ କାମ ପାଇଁ ପାଣି ପାଇଁ ଲଢ଼େଇ ।ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ରେ ମାସେ ବିଳମ୍ବ ହୋଇ ସାରିଛି,ଜଳସେଚନ ପାଇଁ ପାଣି ଛଡା ହୋଇନି।ବିବାଦ ଚାଲିଛି ତଳ ମୁଣ୍ଡ ଚାଷୀ ଆଉ ଉପରମୁଣ୍ଡ ଚାଷୀ ଙ୍କ ଭିତରେ।ଜଳ ର ରୋଟେସନ ରେ ବଣ୍ଟନ କୁ ନେଇ ସମସ୍ୟା।

ଅଠର ଦିନ ହେଲା ଯୋଗେଶ୍ୱର କୃଷକ ମଞ୍ଚ ଉପର ମୁଣ୍ଡରେ ଦିନ ରାତି ଧାରଣା ରେ ବସିଛନ୍ତି ,ଅନ୍ୟପଟେ ରାଷ୍ଟ୍ରୀୟ ରାଜପଥ ୩୫୩ କୁ ସିଲଦା ପାଖରେ ତଳମୁଣ୍ଡ ଚାଷୀ ଗତକାଲି ଠାରୁ ଦିନରାତି ଅବରୋଧ କରିଛନ୍ତି।ଉଭୟ ପକ୍ଷ କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି।ଏହି ସମସ୍ୟା ତତ୍କାଳିକ ନୁହେଁ।ଦୀର୍ଘ ଦିନରୁ ଚାଲିଛି।ଦୃଢ଼ ରାଜନୈତିକ ଓ ପ୍ରଶାସନିକ ଇଚ୍ଛା ଶକ୍ତି ର ଅଭାବରେ ଏ ସମସ୍ୟା ଜାରୀ ରହିଛି।ଏ ସମସ୍ୟା ପାଇଁ ପ୍ରଶାସନ ଦାୟୀ ବିଶେଷକରି ଜଳସେଚନ ବିଭାଗ।୨୦୧୮ ସାଲରୁ ପାଣି ପଞ୍ଚାୟତ ର ନିର୍ବାଚନ ହୋଇନି କିମ୍ବା ବିଭାଗୀୟ ଅଧିକାରୀ ମାନେ ତତ୍ପରତା କିମ୍ବା ପ୍ରୟାସ କରିନାହାନ୍ତି।ନିର୍ବାଚିତ ପାଣି ପଞ୍ଚାୟତ ର ଏପେକ୍ସ କମିଟି ଯଦି ଗଢ଼ା ଯାଇଥାନ୍ତା ସେମାନେ ନିଷ୍ପତ୍ତି ନେବାରେ ସକ୍ଷମ ହୋଇଥାନ୍ତେ।

ସେ ନିଷ୍ପତ୍ତି ର ଆଇନଗତ ବୈଧତା ରହିଥାନ୍ତା।ଆଜି ଜିଲାପାଳ ଙ୍କ ସଦ୍ଭାବନା ଗୃହରେ ଅଚଳାବସ୍ଥା କୁ ଦୂର କରିବାପାଇଁ ଉଭୟ ପକ୍ଷ ଙ୍କ ବୈଠକ ଶାନ୍ତି କମିଟି ମାଧ୍ୟମରେ ହୋଇଥିଲେ ମଧ୍ୟ କୌଣସି ରାସ୍ତା ବହାରିପାରିଲା ନାହିଁ।ମୋର୍ ମତରେ ଜିଲ୍ଲା ପ୍ରଶାସନ ଯଦି ସମାଧାନ ରେ ବିଫଳ ହୋଇଛି ତେବେ ଆର. ଡି.ସି. ସ୍ତରୀୟ ଏକ କମିଟି ଆସି ଅନୁଧ୍ୟାନ କରୁ ଓ ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ,ଏକ ସ୍ଥାୟୀ ସମାଧାନ ର ରାସ୍ତା ବାହାର କରାଯାଉ।ବିଳମ୍ବ ହୋଇ ପରିସ୍ଥିତି ଅଣାୟତ୍ତ ନ ହେଉ କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତ ସୃଷ୍ଟି ନ ହେଉ।ଜିଲ୍ଳା ରେ ଶାନ୍ତି ଭଙ୍ଗ ନ ହେଉ।

Related posts

ଅଫିସ୍‌ ଯିବା ବେଳେ ସ୍କୁଟିରୁ ଖସି ପଡ଼ିଲେ ଯୁବତୀ, ବସ୍‌ ଧକ୍କାରେ ଚାଲିଗଲା ଜୀବନ

Odisha Halchal

ଭେଷଜ ନିୟନ୍ତ୍ରକ ଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ଛତ୍ରପୁର ର ଔଷଧ ଦୋକାନୀ ସଂଘ

Odisha Halchal

ସଙ୍ଗମ ଡିଜିଟାଲ ଷ୍ଟୁଡିଓରେ ଦୁଷ୍କର୍ମ

Odisha Halchal

Leave a Comment