ଓଡ଼ିଶା ଖବରନ୍ୟୁଜ୍

ଆଖୁ ଚାଷ ପାଇଁ ମୁହ ଫେରାଉ ଛନ୍ତି ଚାଷୀ

ଆଖୁ ଚାଷ ପାଇଁ ମୁହ ଫେରାଉ ଛନ୍ତି ଚାଷୀ

ନବରଙ୍ଗପୁର ଜିଲ୍ଲାରେ ଧାନ ପରେ ଦ୍ଵିତୀୟ ପାରମ୍ପାରିକ ଚାଷ ହେଲା ଆଖୁ ଚାଷ, ଜିଲ୍ଲାର ଦୁଇ ମୁଖ୍ୟ ନଦୀ ଇନ୍ଦ୍ରାବତୀ ଓ ଭସ୍କେଲ୍ ନଦୀ ସହ ଅନ୍ୟାନ୍ୟ ଛୋଟ ନଦୀ ଓ ନାଳ ଅବବାହିକାରେ ପ୍ରଚୁର ପରିମାଣ ର ଆଖୁ ଚାଷ ହୁଏ ଏଣୁ ସତୁରୀ ଦଶକରେ ନବରଙ୍ଗପୁର ସହର ଉପକଣ୍ଠ ରେ ଏକ ଚିନି କଳ ମଧ୍ୟ ଥିଲା ଯାହା ଦୀର୍ଘ ଦିନ ହେଲା ବନ୍ଦ ରହିଛି। ଅନେକ ଚାଷୀ ନିଜ ନଦୀ କୂଳିଆ ଜମିରେ ଆଖୁ ଚାଷ କରନ୍ତି ଜିଲ୍ଲା ଓ ଆଖପାଖ ଜିଲ୍ଲାର ଚିନି କାରଖାନା ଗୁଡ଼ିକ ବନ୍ଦ ହୋଇଯିବା ଯୋଗୁଁ ଏହାର ସିଧାସଳଖ ପ୍ରଭାବ ନବରଙ୍ଗପୁର ଜିଲ୍ଲାର ଆଖୁଚାଷ ଉପରେ ପଡ଼ିଛି। ବର୍ତ୍ତମାନ ଉତ୍ପାଦନ କରୁଥିବା ଆଖୁ ପାଇଁ ଉପଯୁକ୍ତ ବଜାର ଅଭାବ ଯୋଗୁ ଚାଷୀ ବାଧ୍ୟ ହୋଇ ଗୁଡ଼ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ।

ଯାହା ଫଳରେ ଚାଷୀ କମ ଲାଭ ପାଉଛନ୍ତି। ପ୍ରତି ବର୍ଷ ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ରେ ପ୍ରଚୁର ପରିମାଣରେ ଆଖୁ ଚାଷ ହୋଇଥାଏ କିନ୍ତୁ ଉପଯୁକ୍ତ ବଜାର ଅଭାବ ଯୋଗୁଁ ଚାଷୀ ଆଖୁ ବିକ୍ରି କରି ପରେ ନହିଁ ଏଣୁ ବାଧ୍ୟ ହୋଇ ଗୁଡ଼ ତିଆରି କରି ବିକ୍ରୀ କରୁଛନ୍ତି । ଆଜି କାଲି ଚିନି ର ବହୁଳ ବ୍ୟବହାର ଯୋଗୁ ଗୁଡ ର ଚାହିଦା କମି ଯାଉଛି ଏଣୁ ଗୁଡ଼ ମଧ୍ୟ ବିକ୍ରି କମ ହେଉଛି । ଆଖୁ ଚାଷ ପାଇଁ ଯେତିକି ପରିଶ୍ରମ କରୁଛନ୍ତି ତାହାର ମୂଲ୍ୟ ମିଳୁନାହିଁ ଅଧିକାଂଶ ଚାଷୀ ଆଖୁ ଚାଷରୁ ମୁହଁ ମୋଡିଲେଣି। ଆଉ କିଛି ବର୍ଷ ଗଲେ ଆଖୁ ଚାଷ ସଂପୂର୍ଣ୍ଣ ବନ୍ଦ ହୋଇଯିବ। ବର୍ତ୍ତମାନ୍ ଗୁଡ଼ କିଲୋ ପ୍ରତି ୩୦ ରୁ ୩୫ ଟଙ୍କା ରେ ବିକ୍ରୀ ହେଉଛି ଯାହା ପର୍ଯ୍ୟାପ୍ତ ନୁହେଁ ବୋଲି ନନ୍ଦାହାଣ୍ଡି ଆଖୁ ଚାଷି ମାନେ ପ୍ରକାଶ କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ର ନନ୍ଦାହାଣ୍ଡି ବ୍ଲକ ରେ ନଦୀ ନାଳ ଉପକୂଳରେ ବହୁତ ଆଖୁ ଚାଷ ହୁଏ ଆଗରୁ ନିକଟସ୍ଥ ଜିଲ୍ଲା ରାୟଗଡ଼ା, ଜୁନାଗଡ଼, ବଲାଙ୍ଗୀର, ବରଗଡ଼ ର ଚିନି କଳ ଏହିଠାର ଚାଷୀଙ୍କ ଠାରୁ ଆଖୁ ନେଉଥିଲେ ସେଗୁଡିକ ବର୍ତ୍ତମାନ ବନ୍ଦ ହୋଇ ଯାଇଥିବା ଯୋଗୁଁ ଏହିଠାର ଚାଷୀ ଙ୍କ ଠାରୁ ଆଉ କେହି ଆଖୁ କ୍ରୟ କରିବା ଲୋକ ନାହାନ୍ତି। ଏଣୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଆଖୁ ଚାଷୀ କିପରି ନିଜ ଆଖୁ ବିକ୍ରି କରି ପାରିବେ ତାହାର ବ୍ୟବସ୍ଥା କରିପାରିଲେ ଚାଷୀ ଆଖୁ ର ଉଚିତ ମୂଲ୍ୟ ପାଇ ପାରି ଥାଆନ୍ତେ। ଜିଲ୍ଲାରେ ପ୍ରାକୃତିକ ଉପାୟରେ ରାସାୟନିକ ଦ୍ରବ୍ୟ ପ୍ରୟୋଗ ନକରି ଗୁଡ଼ ପ୍ରସ୍ତୁତି କରାଯାଏ ଏହାର ପ୍ରଚାର ପ୍ରସାର କଲେ ଅଧିକା ବିକ୍ରି ହୋଇଥାନ୍ତା ବୋଲି ଆଖୁ ଚାଷୀ ରଥି ନାୟକ , ତ୍ରିନାଥ ମାଳୀ , ଭୁବନ ବିଷୋୟୀ , ଗୁପ୍ତ ମାଳୀ ନରେନ୍ଦ୍ର ମାଳୀ , କାହ୍ନୁ ଚରଣ ଦାସ ଓ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ।

Related posts

କବିରାଜ ବୈଦ ବ୍ରଜବସି ଙ୍କ ୧୩୮ ତମ ଜୟନ୍ତୀ ପାଳନ

Odisha Halchal

ଶଳାକୁ ହତ୍ୟା ଉଦ୍ୟମ କଲେ ଭିଣୋଇ

Odisha Halchal

ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଚୋରି

Odisha Halchal

Leave a Comment