ଅପରାଧଓଡ଼ିଶା ଖବରନ୍ୟୁଜ୍

ଡିଜିଟାଲ ଓଜନ ମେସିନ ରେ ଠକାମୀ

ଡିଜିଟାଲ ଓଜନ ମେସିନ ରେ ଠକାମୀ

ବଲାଙ୍ଗୀର:-(ରିପୋର୍ଟ :-ଅବିନାଶ ବିଶ୍ଵାଳ)ଖପ୍ରାଖୋଲ ବ୍ଳକ ଏକ କୃଷି ବହୁଳ ଅଞ୍ଚଳ ହୋଇଥିବା ବେଳେ ଅଧିକାଂଶ ଚାଷୀ କପା ଚାଷ କୁ ଅଧିକ ଆୟ ଆଶାରେ ଗୁରୁତ୍ଵ ଦେଇଥାନ୍ତି। ହେଲେ ଗତକାଲି ରାତିରେ ଓଡିଆପାଲି ଗ୍ରାମପଞ୍ଚାୟତ କପସିପାଲି ଗ୍ରାମରେ ଚାଷୀ ନିଜର କପା ବିକ୍ରି କରୁଥିବା ବେଳେ ବେପାରୀ ଓଜନ ମେସିନ ରେ ଠକାମୀ କରୁଥିବା ଦେଖିବାକୁ ମିଳିଛି।

ଇଲେକ୍ଟ୍ରୋନିକ୍ସ ମେସିନ ରେ ରିମୋଟ କଣ୍ଟ୍ରୋଲ ଡାଏରୀ ଧରି କୁଇଣ୍ଟାଲ ପ୍ରତି ୧୦ ରୁ ୧୫ କିଲୋଗ୍ରାମ କପା ଠକେଇ କରୁଥିବା ସମୟରେ ଚାଷୀ ମାନେ ଜାଣିବାକୁ ପାଇଥିଲେ। କଣ୍ଟାବାଞ୍ଜି ର ଅକ୍ଷୟ ମେହେର ଅପରେଟ କରୁଥିବା ଦେଖି ଚାଷୀ ମାନେ ଏକତ୍ରିତ ହୋଇ ଆସିଥିବା ଲୋକଙ୍କୁ ଓ ଗାଡି କୁ ଅଟକ ରଖିଥିଲେ। ଅଟକ ଦୁଇଜଣଙ୍କୁ ଘର ଭିତରେ ଅଟକ ସମୟରେ ମହାରାଷ୍ଟ୍ରରୁ ଆସିଥିବା କମଲାକର ନାମକ ବ୍ୟକ୍ତି ଫେରାର ହୋଇଥିବା ଜଣାପଡିଥିଲା। ଦୀର୍ଘ ଦିନରୁ ଏମାନେ ବେପାର କରି କପା ଚାଷୀଙ୍କୁ ଲୁଟୁଥିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ଗୋଟିଏ ଦିନରେ ୩୦୦ରୁ ୪୦୦ କୁଇଣ୍ଟାଳ କପା କିଣି ବାହାରକୁ ପଠାଉଥିବା କହିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଚାଷୀ କୁ ବୁଝାସୁଝା କରିବା ସହିତ ଅଭିଯୁକ୍ତକୁ ପଚରାଉଚରା ପାଇଁ ଥାନା କୁ ନେଇଥିଲେ। ଚାଷୀ ମାନେ ନିଜର ବିକ୍ରି କରିଥିବା କପା ର ପାଉଣା କେମିତି ପାଇପାରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି। RMC କପା ମଣ୍ଡି ଏ ଯାଏଁ ଆରମ୍ଭ ନ କରିଥିବାରୁ ଅଂଚଳ ରେ ଅସାଧୁ ବେପାରୀ ଶକ୍ରିୟ ଅଛନ୍ତି ବୋଲି ଜନସାଧାରଣରେ ରେ ଚର୍ଚ୍ଚା।

Related posts

ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

Odisha Halchal

ଭାରତ, ବ୍ରିଟେନ୍ ସହାୟତାରେ ତିଆରି ହେବ ଶକ୍ତିଶାଳୀ ଯୁଦ୍ଧବିମାନ

Odisha Halchal

ଚୋରି କରି ନେଇଥିବା ବେଳେ କାବୁ କଲେ ଗ୍ରାମବାସୀ

Odisha Halchal

Leave a Comment