ଅପରାଧଓଡ଼ିଶା ଖବରନ୍ୟୁଜ୍

ଭାଇ ଭାଇକୁ ଗଳାକାଟି ହତ୍ୟା

ଭାଇ ଭାଇକୁ ଗଳାକାଟି ହତ୍ୟା

ଗଂଜାମ :-ଜଗନ୍ନାଥ ପ୍ରସାଦ ଥାନା ଅଧିନସ୍ଥ ଖଇରନଟି ଗ୍ରାମରେ ଗ୍ରାମଠାରେ ଜଘନ୍ୟ ହତ୍ୟା କାଣ୍ଡ ଘଟିଛି lପୈତୃକ ସମ୍ପତ୍ତି ଭାଗବଣ୍ଟା ଓ ପୁରୋହିତ କାମକୁ ନେଇ ସାନଭାଇ କୁ ବଡ଼ ଭାଇ ଓ ତାଙ୍କ ପରିବାର ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି lଏପରି କି ଅଭିଯୁକ୍ତ ମାନେ ମୃତକର ମୁଣ୍ଡ କୁ ପଥର ରେ ଛେଚି ଦେଇଛନ୍ତି lଖବର ପାଇଁ ପୋଲିସ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିଛି lମୃତକ ଜଣକ ହେଲେ ପଞ୍ଚଭୂତି ଗ୍ରାମର ରମେଶ ଶତପଥୀ ଏ ନେଇ ମୃତ ରମେଶ ଙ୍କ ବଡ଼ ପୁଅ ରାକେଶ ଙ୍କ ବାପାବଡ଼ ଭାଇ କୈଳାସ ଶତପଥୀ ଓ ତାଙ୍କ ତିନିପୁଅ ନିଲୁ, ସିଲୁ, ଓ ଜିଲୁ ମିଳିତ ଭାବେ ହତ୍ୟା କରି ଥିବା ଥାନାରେ ଏତଲା ଦେଇଛନ୍ତି lପୋଲିସ ଘଟଣା ସ୍ଥଳରୁ ବାଇକି ଛୁରୀ ଜବତ କରିଛି l

ସୂଚନା ନୁଯାୟୀ ଶୁକ୍ରବାର ଦିନ ପୁରୋହିତ କାମ କରିବାକୁ ମୃତ ରମେଶ ଓଡି 25ଆର 3621ନମ୍ବର ବାଇକି ଯୋଗେ ଖଇରନଟି ଗ୍ରାମକୁ ଯାଇଥିଲେ ସଂଧ୍ୟା ସାଢ଼େ 6 ଟାରେ ରମେଶ ଫେରୁ ଥିବା ବେଳେ ଆକ୍ରମଣ କାରୀମାନେ ତାଙ୍କ ବାଇକି କୁ ଜାଣିଶୁଣି ଧକ୍କା ଦେଇଥିଲେ ରମେଶ ତଳେ ପଡ଼ିବା ପରେ ପ୍ରଥମେ ଛୁରୀ ରେ ତାଙ୍କର ତଣ୍ଟି କାଟିଦେଇ ଥିଲେ lଖଇରନଟି ଗ୍ରାମ ପାଖ ଏକ ମନ୍ଦିର ନିକଟରେ ରମେଶ ତଳେ ପଡ଼ି ଛଟପଟ ହେଉ ଥିବା ଗ୍ରାମବାସୀ ଦେଖି ପରିବାରବର୍ଗ କୁ ଖବର ଦେଇ ଥିଲେ lଖବର ପାଇ ପୁଅ ରାକେଶ ଘଟଣା ସ୍ଥଳ ରୁ ବାପା କୁ ଉଦ୍ଧାର କରି ଅଟୋ ଯୋଗେ ଜଗନ୍ନାଥପ୍ରସାଦ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରି ଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l

ଖବର ପାଇ ଭଞ୍ଜନଗର ଉପଖଣ୍ଡ ଅଧିକାରୀ ସୁଭ୍ରଶଂସୁ ଶେଖର ମିଶ୍ର, ଜଗନ୍ନାଥ ପ୍ରସାଦ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପଂହଁଚି ଥିଲେ lସୂଚନା ପ୍ରକାରେ କୈଳାସ ଶତପଥୀ ଓ ରମେଶ ଶତପଥୀ ଦୁଇ ଭାଇ ଗତ 2022ମସିହା ସେପ୍ଟେମ୍ବର 3ତାରିଖ କୈଳାସ କୁମ୍ପାପଢ଼ା ସ୍ଥିତ ନିଜ ବାସ ଭବନକୁ ବନ୍ଧନ ରଖି ବ୍ୟାଙ୍କ ରୁ ଟଙ୍କା ଋଣ ଆଣିଥିଲେlରୁଣପରିଶୋଧ ନ କରିବାରୁ ବ୍ୟାଙ୍କ କତୃପକ୍ଷ ବାରମ୍ବାର ନୋଟିସ କରିଥିଲେ ମଧ୍ୟ ସେ ଏହାକୁ ଗୁରୁତ୍ୱ ଦେଉ ନଥିଲେl

ପରେ ବ୍ୟାଙ୍କ ପକ୍ଷରୁ ତାଙ୍କ ଘରକୁ ସିଲ କରାହୋଇଥିଲା lଏହାପରେ କୈଳାସ ଙ୍କୁ ପରିବାର ପ୍ରତିପୋଷଣ ପାଇଁ କଷ୍ଟସାଧ୍ୟ ହୋଇଥିଲା lଶେଷରେ କୈଳାସ ଚଲିବା ନିମନ୍ତେ ପୈତୃକ ସମ୍ପତ୍ତିକୁ ଭାଗ ବଣ୍ଟା କରିବାକୁ ସାନଭାଇ ରମେଶଙ୍କପାଖକୁ ଯାଇଥିଲେ lସେଠାରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା lସେଦିନ ଠାରୁ କୈଳାସ ଙ୍କ ପରିବାର ରମେଶ କୁ ରାସ୍ତା ରୁ ହଟେଇବା ପାଇଁ ଯୋଜନା କରି ଆସୁଥିବା ପୁଅ ରାକେଶ ଅଭିଯୋଗ କରିଛନ୍ତି lଦୁଃଖଦ ଘଟଣା ଯାହା ସ୍ଥାନୀୟ ଅଂଚଳରେ ସ୍ତବ୍ଧ କରି ଦେଉଛି lଗୋଟିଏ ବାପା ମାଆ ଗର୍ଭ ରୁ ଜନ୍ମିତ ଦୁଇ ପୁଅ ସାମାନ୍ୟ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଭାଇ ଗଳାକାଟି ନିଜ ଭାଇ କୁ ହତ୍ୟା କରିବା ବୁଦ୍ଧିଜୀବୀ ଙ୍କ ମହଲ ରେ ଚର୍ଚାର ବିଷୟ ପଲିଟିଚି l

Related posts

ଇମ୍ରାନଙ୍କ ଘନିଷ୍ଠଙ୍କ ସହଯୋଗିଙ୍କ ଘର ଉପରେ ଚଢାଉ

Odisha Halchal

ଗାର୍ଡେନ ପଦର ଗ୍ରାମରେ ବିଏସଏଫ ଡ଼ିଆଇଜିଙ୍କ ଉପସ୍ଥିତିରେ ଜଣଶିବୀର

Odisha Halchal

ଆଧାର ନ ଥିବାରୁ ପେନସନ ରୁ କଟିଲେ ବିକଳାଙ୍ଗ

Odisha Halchal

Leave a Comment