ଓଡ଼ିଶା ଖବରନ୍ୟୁଜ୍

ଗରିବ ଓ ଅସହାୟଙ୍କୁ କମ୍ବଳ ବାଣ୍ଟିଲା ବାଲିମେଳା ବିକାଶ ମଞ୍ଚ

ଗରିବ ଓ ଅସହାୟଙ୍କୁ କମ୍ବଳ ବାଣ୍ଟିଲା ବାଲିମେଳା ବିକାଶ ମଞ୍ଚ

ମାଲକାନଗିରି:-(ରିପୋର୍ଟ:-କ୍ରିଷ୍ଣପଦ ରାୟ) ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗରିବ ଶ୍ରମିକ ଶ୍ରେଣୀ ର ଲୋକ ଏବଂ ସଫେଇ କର୍ମଚାରୀ ଙ୍କୁ କମ୍ବଳ ବାଣ୍ଟିଲା ବାଲିମେଳା ବିକାଶ ମଞ୍ଚ ଟିମ। ତେବେ ଆଜିକୁ ଦୀର୍ଘ ୭ ବର୍ଷ ହେବ ଏହି ବିକାଶ ମଞ୍ଚ ନାମକ ସମାଜସେବୀ ସଂସ୍ଥା ବିଭିନ୍ନ ଜନ ମଙ୍ଗଳାକାରୀ କାର୍ଯ୍ୟ କରି ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଥିବା ବେଳେ ଆଜି ଆଉ ଏକ ପାଦ ଆଗକୁ ବଢି ଗରିବ ଅସହାୟ ଏବଂ ଦିନ ମଜୁରିଆ ଙ୍କୁ କମ୍ବଳ ପ୍ରଦାନ କରିଛି।

ତେବେ ବର୍ତ୍ତମାନ ଶୀତର ପ୍ରକୋପ ଦିନକୁ ଦିନ ବଢୁଥିବା ନଜିର ରହିଥିବା ବେଳେ ସକାଳୁ ଉଠି ନଗରର ଯେଉଁ ସଫେଇ କର୍ମଚାରୀ ମାନେ ଶୀତ କାକର ରେ ସଫେଇ କରୁଛନ୍ତି। ଆଜି ଏନଏସି ର ସେହି ସମସ୍ତ ସଫେଇ କର୍ମଚାରୀ ଙ୍କୁ ମଧ୍ୟ କମ୍ବଳ ପ୍ରଦାନ କରାଯାଇଛି।ଏହି କମ୍ବଳ ପ୍ରଦାନ କରିବ ପରେ ସମସ୍ତ ଙ୍କ ମୁଁହ ରେ ହସର ଲହରୀ ଖେଳିଯାଇଥିଲା। ଏଥିସହ ସମସ୍ତେ ବାଲିମେଳା ବିକାଶ ମଞ୍ଚ ଟିମ କୁ ଧନ୍ୟବାଦ ମଧ୍ୟ ଜ୍ଞାପନ କରିଥିଲେ।

ଆଜି ୪୦୦ରୁ ଉର୍ଦ୍ଧ୍ବ କମ୍ବଳ ବଣ୍ଟା ଯାଇଥିବା ବେଳେ ଆଗକୁ ଆହୁରି ଅଧିକ କମ୍ବଳ ବଣ୍ଟା ଯିବାର ଲକ୍ଷ ରହିଥିବା ବିକାଶ ମଞ୍ଚ ପକ୍ଷରୁ ସୂଚନା ମିଳିଛି। ତେବେ ଆଜି ବିକାଶ ମଞ୍ଚ ପକ୍ଷରୁ ଏଭଳି କମ୍ବଳ ବାଣ୍ଟିବା ଘଟଣା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ବିଭିନ୍ନ ମହଲରୁ ପ୍ରଶଂସା ର ସୁଅ ଛୁଟିଛି।ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ସମ୍ମାନୀୟ ଅତିଥି ଭାବେ ଚିତ୍ରକୋଣ୍ଡା ଏସଡିପିଓ ଆଲେକ୍ସିଅସ କିସ୍ପୋଟା, ଟିପିଏସଓଡିଏଲ ଏସଡିଓ ପ୍ରମୋଦ କୁମାର ନାୟକ ଏବଂ ସ୍ଥାନୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଏବଂ ଜେଏଲସି ଚର୍ଚ୍ଚ ପାଷ୍ଟର ବିକାଶ ବାଘ ପ୍ରମୁଖ ଉପସ୍ଥିତ ଥିଲେ।

ଏଥିସହିତ ବିକାଶ ମଞ୍ଚ ସଭାପତି ଦେବ ପ୍ରସାଦ ଦାସ ଏବଂ ସମ୍ପାଦକ ରାଜେନ୍ଦ୍ର କୂଳଦୀପ ମଞ୍ଚାସୀନ ଥିଲେ। ଏହି ସମସ୍ତ କାର୍ଯ୍ୟ କୁ ବାଲିମେଳା ବିକାଶ ମଞ୍ଚ ପକ୍ଷରୁ ପରିଚାଳନା କରାଯାଇଥିବା ବେଳେ ଏଭଳି କାର୍ଯ୍ୟକୁ ଦେଖି ବିଭିନ୍ନ ମହଲରୁ ବାଲିମେଳା ବିକାଶ ମଞ୍ଚକୁ ବେଶ ପ୍ରଶଂସା କରାଯାଇଛି।

Related posts

ପଲିଥିନରୁ ପେଟ୍ରୋଲ : ୨ କେଜି ଆବର୍ଜନାରୁ ବାହାରୁଛି ୧ ଲିଟର ଇନ୍ଧନ

Odisha Halchal

କୈରାଝୁଲିଠାରେ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ

Odisha Halchal

ଭାରତକୁ ବିଶ୍ୱ ଗୁରୁ କରିବା ପାଇଁ ଯୋଗର ପ୍ରଚାର

Odisha Halchal

Leave a Comment