ଅପରାଧଓଡ଼ିଶା ଖବରନ୍ୟୁଜ୍

ଗୋଟିଏ ଦୁର୍ନୀତି ନଲିଭୁଣୁ ପୁଣି ଏକ ଦୁର୍ନୀତି

ଗୋଟିଏ ଦୁର୍ନୀତି ନଲିଭୁଣୁ ପୁଣି ଏକ ଦୁର୍ନୀତି

କେନ୍ଦ୍ରାପଡ଼ା:-ଗୋଚର ଜଳାଶୟ ଉପରେ ନିର୍ମାଣ ଚାଲିଛି ଆଶ୍ରମ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ବିଦ୍ୟାଳୟ ଘଟଣା ନଲିଭୁଣୁ ପୁଣି ଏକ ଦୁର୍ନୀତି ଅଭିଯୋଗ। ବଡକୂଳ ରେ ତରଭବ ଭାବରେ ନିର୍ମାଣ ହେଉଛି ଆଶ୍ରମ। ସୂଚନା ଅନୁସାରେ ଗୋଚର ଜମିରେ ହେଉଛି ଆଶ୍ରମ ନିର୍ମାଣ। ପୂର୍ବରୁ ୨୦୨୨ରେ ମଧ୍ୟ ପୂର୍ବତନ ତହସିଲଦାର ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ।

ପୂଣ୍ଣବାର ସେଠାରେ କାମ ହେବାରୁ ତହସିଲଦାର ସେଠାରେ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଆରଆଇ ଙ୍କୁ। ମାତ୍ର ଆରଆଇ ଏହାକୁ ଖାତିର ନକରି ସେଠାରେ ଜୋରଜବରଦସ୍ତ ଭିତରିଆ ହାତଗୁଞ୍ଜା ନେଇ କାମ କରିବା ପାଇଁ ସ୍ଥାନୀୟ ଜଣେ ଶିକ୍ଷୟିତ୍ରୀଙ୍କ ସ୍ୱାମୀଙ୍କୁ ଦାୟିତ୍ଵ ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଆମ ପ୍ରତିନିଧି ଆରଆଇଙ୍କ ସହ ଯୋଗାଯୋଗ କରିଥିଲେ ଶୁଣନ୍ତୁ ଆରଆଇ କ’ଣ କହୁଛନ୍ତି।

ତେବେ ଗୋଚର ଜମିରେ କିଭଳି ଆଶ୍ରମ ନିର୍ମାଣ ଚାଲିଛି ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ସେପଟେ ଏଭଳି ସ୍ଥାନରେ ଆଶ୍ରମ ହେଇପାରିବ ନାହିଁ ମୁଁ କାମ ବନ୍ଦ ପାଇଁ ତଦନ୍ତ ଚାଲିଛି ବୋଲି କହିଛନ୍ତି ତହସିଲଦାର। ତେବେ ଏଠି ପ୍ରଶ୍ନ ଉଠେ ଯେ ପୂର୍ବତନ ତହସିଲଦାର କାମ ବନ୍ଦ କରିଥିବା ସତ୍ତ୍ୱେ କାମ ଚାଲୁଥିବା ଦେଖିବାକୁ ମିଳୁଛି।

Related posts

ଲୋକସଭାରୁ ଇସ୍ତଫା ଦେଲେ ଅଖିଳେଶ ଯାଦବ, ବିଧାୟକ ଭାବ ଭାବ ଉତ୍ତରପ୍ରଦେଶ ରାଜନୀତିରେ ରହିବେ ସକ୍ରିୟ

Odisha Halchal

ବିଲରୁ ମିଳିଲା ଅବସରପ୍ରାପ୍ତ ଅଧ୍ୟାପକଙ୍କ ମୃତଦେହ

Odisha Halchal

ଭାରତୀୟ ସୀମାରେ ପାକିସ୍ତାନୀ ସୁଡଙ୍ଗ, ମିଳିଲା ସନ୍ଧାନ

Odisha Halchal

Leave a Comment