ଓଡ଼ିଶା ଖବରନ୍ୟୁଜ୍

ପ୍ରକୃତିର ବିରଳ ଦୃଶ୍ୟ

ପ୍ରକୃତିର ବିରଳ ଦୃଶ୍ୟ

ଗଞ୍ଜାମ/ବ୍ରହ୍ମପୁର(ବ୍ୟୁରୋ ଓଡିଶା ହାଲଚାଲ):-ଋଷିକୁଲ୍ୟା ମୁହାଣରେ ପ୍ରକୃତିର ବିରଳ ଦୃଶ୍ୟ । ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଚାଲିଛି ଗଣଅଣ୍ଡାଦାନ। ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ଗଣଅଣ୍ଡାଦାନରେ ଲକ୍ଷାଧିକ କଇଁଛ ସାମିଲ୍‌ ହୋଇଛନ୍ତି। ମୋଟ ୪ ଲକ୍ଷ ୬୫ ହଜାର କଇଁଛ ଅଣ୍ଡାଦାନ କରିଛନ୍ତି।

ଏହି ସଂଖ୍ୟା ୫ ଲକ୍ଷ ‌ଟପିବ ବୋଲି ଅନୁମାନ କରାଯାଉଛି।ଗଞ୍ଜାମ ବ୍ଲକ୍‌ର ପୋଡ଼ମପେଟାରୁ ବଟେଶ୍ବର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ବାଲୁକାଶଯ୍ୟାରେ କଇଁଛ ଅଣ୍ଡାଦାନ କରୁଛନ୍ତି। ଗତକାଲି ସନ୍ଧ୍ୟାରୁ ଆଜି ସକାଳ ୬ଟା ପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୪୦ ହଜାର କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ୍‌ ହୋଇଥିଲେ।

ଗତ ୨୨ତାରିଖରୁ ଆଜି ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୬୫ ହଜାର କଇଁଛ ଅଣ୍ଡାଦାନ କରିଥିବା ବ୍ରହ୍ମପୁର ଡିଏଫ୍‌ଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି। ଗତବର୍ଷ ପ୍ରାୟ ସାଢ଼େ ୫ଲକ୍ଷ କଇଁଛ ଗଣଅଣ୍ଡାଦାନ କରିଥିବା ବେଳେ ଚଳିତବର୍ଷ ଏହି ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି।

Related posts

ପୂର୍ବତନ ଉପବାଚସ୍ପତିଙ୍କ ପ୍ରଥମ ଶ୍ରାଦ୍ଧବର୍ଷିକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବ

Odisha Halchal

ପିଉସୀ ଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ କଲା ମଦ୍ୟପ ପୁତୁରା

Odisha Halchal

ମଠରେ ପଡିଲା ରକ୍ତର ଛିଟା : ଯୁବକଙ୍କୁ ପଥରରେ ଛେଚି ବିଭତ୍ସ ହତ୍ୟା, ମହନ୍ତ ଅଟକ

Odisha Halchal

Leave a Comment