ଓଡ଼ିଶା ଖବରନ୍ୟୁଜ୍

ରାଜ୍ୟ ସାମ୍ବାଦିକ ସଙ୍ଘ ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର

ରାଜ୍ୟ ସାମ୍ବାଦିକ ସଙ୍ଘ ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର

ଯାଜପୁର:-(ରିପୋର୍ଟ :-ମନୋଜ କୁମାର ସାହୁ ) ପାଣିକୋଇଲି ସ୍ଥିତ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଏସ୍ପି ନାରାୟଣ ଚନ୍ଦ୍ର ବାରିକ ଙ୍କୁ ସହସ୍ରାଧିକ ଜର୍ଣାଲିଷ୍ଟ ଆସୋସିଏସନ ଅଫ୍ ଯାଜପୁର ଡିଷ୍ଟ୍ରିକ୍ଟ ,ଜିଲ୍ଲା ସାମ୍ବାଦିକ ସଙ୍ଘ, ଯାଜପୁର ରାଜ୍ୟ ସାମ୍ବାଦିକ ସଙ୍ଘର ଆବାହକ କୈଳାସ ଚନ୍ଦ୍ର ନାୟକଙ୍କ ତ୍ୱତାବଧାନରେ ଏସୟୁଜେ ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଯାଜପୁର ଟାଉନର କାର୍ଯ୍ୟରତ ଓଟିଭି ପ୍ରତିନିଧି ସଞ୍ଜୀବ କୁମାର ନାୟକଙ୍କୁ ସଦର ଥାନାର ଥାନାଧିକାରୀଙ୍କ ଦୁର୍ବବ୍ୟବହାର ଓ ଧମକ ଘଟଣାର ଆଜି ପ୍ରତିବାଦ ସହ ଶାନ୍ତିପୂର୍ଣ୍ଣ ଭାବେ ଦାବିପତ୍ର ଦେଇଛନ୍ତି।ସୂଚନା ଯୋଗ୍ୟ ଗତ ଗୁରୁବାର ଦିନ ଯାଜପୁର ଜିଲ୍ଲାପାଳଙ୍କ ବାସଭବନ ନିକଟରେ ନବ ନିର୍ମାଣ କୃଷକ ସଙ୍ଘ ପକ୍ଷରୁ ଧାନ ବିକ୍ରି ସମସ୍ୟାକୁ ନେଇ ଗଣଧାରଣା ଚାଲିଥିବା ବେଳେ ସେହି ଖବରକୁ ସିଧା ପ୍ରସାରଣ କରୁଥିବା ଓଟିଭି ପ୍ରତିନିଧି ସଂଜୀବ କୁମାର ନାୟକଙ୍କୁ ଯାଜପୁର ଟାଉନ ଥାନାଧିକାରୀ ଅଜୟ କୁମାର ଜେନା ବାଧା ଦେବା ସହିତ ମାଡ ମାରିବାକୁ ଧମକ ଦେବା ସହ ଗାଳିଗୁଲଜ କରିଥିଲେ ।

ଘଟଣାର ୬ ଦିନ ବିତି ଯାଇଥିଲେ ମଧ୍ୟ ସମ୍ପୃକ୍ତ ଥାନାଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ରାଜ୍ୟ ସାମ୍ବାଦିକ ସଙ୍ଘ (ଏସୟୁକେ) ଅନୁବନ୍ଧିତ ଜିଲ୍ଲା ସମ୍ବାଦିକ ସଙ୍ଘ (ଜେୟୁଜେ) ପକ୍ଷରୁ ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ଏହାର ପ୍ରତିବାଦ ଜଣାଇବା ସହିତ ଅତିରିକ୍ତ ଏସ୍ପିଙ୍କୁ ଭେଟି ଥାନାଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ଦାବିପତ୍ର ଦେଇଛନ୍ତି।

Related posts

ବିମାନବନ୍ଦରରେ କଡାକଡି ହେଲା କଟକଣା

Odisha Halchal

ଦ୍ୱିତୀୟ ଦିନ ସୁଦ୍ଧା ଏତେ କୋଟି ଟଙ୍କା ଆୟ କଲା ‘ବଚ୍ଚନ ପାଣ୍ଡେ’, ‘ଦି କାଶ୍ମୀର ଫାଇଲ’ ଦେଉଛି କଡ଼ା ଟକ୍କର

Odisha Halchal

ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଣି ଟାଙ୍କି ନିର୍ମାଣକୁ ବିରୋଧ କଲେ ଛାତ୍ର ଛାତ୍ରୀ

Odisha Halchal

Leave a Comment