ଦେଶ ବିଦେଶନ୍ୟୁଜ୍

ମୋଦୀଙ୍କୁ ୟୁକ୍ରେନ ବିଦେଶ ମନ୍ତ୍ରୀଙ୍କ ଅନୁରୋଧ

ମୋଦୀଙ୍କୁ ୟୁକ୍ରେନ ବିଦେଶ ମନ୍ତ୍ରୀଙ୍କ ଅନୁରୋଧ

ୟୁକ୍ରେନର ବିଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯୁଦ୍ଧ ବନ୍ଦ ପାଇଁ ପ୍ରୟାସ କରିବାକୁ ଅନୁରୋଧ କରିଛନ୍ତି। ଏହି ଯୁଦ୍ଧ ସମସ୍ତଙ୍କ ସ୍ବାର୍ଥ ବିରୋଧୀ। ତେଣୁ ‌ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଯୁଦ୍ଧ ବନ୍ଦ ପାଇଁ ମୋଦୀ କଥା ହୁଅନ୍ତୁ ବୋଲି ସେ ଟେଲିଭିଜନ ମାଧ୍ୟମରେ କହିଛନ୍ତି। ସାଧାରଣ ଭାରତୀୟଙ୍କୁ ସେ ଏହି ଅବସରରେ ଏକ ବାର୍ତ୍ତା ଦେଇଛନ୍ତି ଏବଂ ୧୧ ଦିନ ହେଲା ୟୁକେନ ରୁଷ୍ ସହିତ ଲଢ଼ୁଥିବାରୁ ସେ ସେମାନଙ୍କର ସମର୍ଥନ ମାଗିଛନ୍ତି।

ୟୁକ୍ରେନ କୃଷିଜାତ ସାମଗ୍ରୀର ଭାରତ ଏକ ବଡ଼ ବ୍ୟବହାରକାରୀ ଦେଶ। ଯଦି ଯୁଦ୍ଧ ଜାରି ରହେ ତାହେଲେ ନୂଆ ଫସଲ ବୁଣା କାର୍ଯ୍ୟ ହୋଇପାରିବ ନାହିଁ। ତେଣୁ ଭାରତ ଓ ବିଶ୍ବର ଖାଦ୍ୟ ସୁରକ୍ଷା ଦୃଷ୍ଟିରୁ ଏହି ଯୁଦ୍ଧ ବନ୍ଦ ହେବା ଆବଶ୍ୟକ ବୋଲି ବିଦେଶ ମନ୍ତ୍ରୀ କୁଲେବା କହିଛନ୍ତି। ବିଶ୍ବର ମୋଟ ସୂର୍ଯ୍ୟମୁଖୀ ତେଲ ରପ୍ତାନିରେ ୟୁକ୍ରେନର ଯୋଗଦାନ ୫୫ ପ୍ରତିଶତ ବୋଲି ୟୁକ୍ରେନର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ୍ କରାଯାଇଛି।

Related posts

ଧରାପଡିଲେ ଦୁଇ ସାଇବର ଠକ

Odisha Halchal

ଆଉ ଫାଇନ୍‌ ଦେଇ ଖସି ହେବନି; ଏଣିକି ମଦ ପିଇ ଗାଡ଼ି ଚଳାଇଲେ କୋର୍ଟଚାଲାଣ

Odisha Halchal

ଟେଲି ଅଭିନେତ୍ରୀ ରଶ୍ମୀରେଖା ମୃତ୍ୟୁ ମାମଲା, ଦୁଇ ବୟଫେଣ୍ଡଙ୍କୁ ଜେରା

Odisha Halchal

Leave a Comment