ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଆଡମିଶନ ନାମରେ ଠକାମୀ ଅନେକ ପିଲାଙ୍କ ଭବିଷ୍ୟତ ଅନ୍ଧକାର !

ଆଡମିଶନ ନାମରେ ଠକାମୀ ଅନେକ ପିଲାଙ୍କ ଭବିଷ୍ୟତ ଅନ୍ଧକାର !

କଲେଜରେ ନାମଲେଖା ନେଇ ଅନଲାଇନ ପ୍ରକ୍ରିୟାରେ ଟିଟିଲାଗଡ଼ ଅଞ୍ଚଳର ଅନେକ ପିଲାଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଛି l ଅନଲାଇନ ଦଲାଲଙ୍କ ଦୌରାତ୍ମ୍ୟ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ନୟାନ୍ତ ହେଲେଣି l କମ୍ପୁଟର ସେଣ୍ଟର ଖୋଲି କିଛି ଦଲାଲ ପିଲାଙ୍କ ଟଙ୍କା ହଡପ କରି ବେଶ ମାଲ କମାଉଥିବା ବେଳେ ପିଲା ଠକାମୀର ଶିକାର ହୋଇ ନାମଲେଖାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି l ଏନେଇ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତତ୍ପରତା ପ୍ରକାଶ ସହ ଅପରାଧୀକୁ କାବୁ କରିଛି l

ଅଭିଯୋଗରୁ ପ୍ରକାଶ ଯେ ସ୍ଥାନୀୟ ଡ଼ିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ବିଭାଗର ଛାତ୍ରଛାତ୍ରୀ ପରବର୍ତ୍ତୀ ଶ୍ରେଣୀକୁ ଯିବା ପାଇଁ ସରକାରଙ୍କ ଆଇନ ମୁତାବକ ଅନଲାଇନରେ 4 ହଜାର ଟଙ୍କା ଲେଖାଏଁ କଲେଜ ସମ୍ମୁଖରେ ଥିବା ଏକ କମ୍ପ୍ୟୁଟର କେନ୍ଦ୍ରର ପରିଚାଳକ ଭାବେଶ ଓରଫ ଅବିନାଶ ସାହୁଙ୍କୁ ଦେଇଥିଲେ l ଡ଼ିଏଭି କଲେଜର ପ୍ରାୟ 1ହଜାରରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଚଳିତ ବର୍ଷ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖାଇବା ପାଇଁ ଅନଲାଇନରେ ଟଙ୍କା ଜମା କରିଥିବା ଜଣାଯାଇଛି l ତେବେ ସମ୍ପୃକ୍ତ ଅଭିଯୁକ୍ତ ଶହେରୁ ଉର୍ଧ୍ଵ ପିଲାଙ୍କ ଆଡମିଶନ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି l ଛାତ୍ରଛାତ୍ରୀ ପରବର୍ତୀ ଶ୍ରେଣୀ ପାଇଁ ଫିଜ ଭରି ନଥିବା କଲେଜ ପକ୍ଷରୁ ସେମାନଙ୍କୁ ନୋଟିସ ଆସିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା l

ଏନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ ସହ ଅଭିଯୁକ୍ତକୁ ଗିରଫ ସହ ରବିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି l ଅନ୍ୟପକ୍ଷରେ ଆହୁରି ଅନେକ ଛାତ୍ରଛାତ୍ରୀ ଏଭଳି ଅଭିଯୋଗ କରିଥିବା ଜଣାଯାଇଛି l ଛାତ୍ରଛାତ୍ରୀଙ୍କ ଠାରୁ ଆଡ଼ମିଶନ ନେଇ 4 ହଜାର ଟଙ୍କା ଲେଖାଏଁ ଅଭିଯୁକ୍ତ ହଡପ କରିବାରୁ ବର୍ତ୍ତମାନ ଛାତ୍ରଛାତ୍ରୀ ପରବର୍ତ୍ତୀ ଶ୍ରେଣୀକୁ ଉତୀର୍ଣ୍ଣ ହୋଇପାରିବେ କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନାହିଁ l ଅନ୍ୟପକ୍ଷରେ ଅନେକ ଛାତ୍ରଛାତ୍ରୀଙ୍କ ଅନଲାଇନ ଆଡମିଶନ ନାମରେ ଟଙ୍କା ଅସୁଲ ହୋଇଥିବା ତାଙ୍କ ପାଖକୁ ଅଭିଯୋଗ ପହଞ୍ଚୁଥିବା ଡ଼ିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ପ୍ରଣବ କିଶୋର ପୁରୋହିତ କହିଛନ୍ତି l

ପୁର୍ବରୁ ସମ୍ପୃକ୍ତ ଅଭିଯୁକ୍ତ ଅବିନାଶ ଯୁକ୍ତ ଦୁଇରେ ଆଡମିଶନ ଆଶାୟୀଙ୍କ ଟଙ୍କା ମଧ୍ୟ ହଡପ କରିଥିଵା ଅଭିଯୋଗ ହୋଇଛି l ଏନେଇ ଆଜି ଟିଟିଲାଗଡ଼ ଥାନା ପରିସରରେ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର, ଆଇଆଇସି ବିଶ୍ୱଜିତ ମୋନୋବତ୍ ତଦନ୍ତ ପରିସର ବ୍ୟାପକ କରିଥିବା କହିଛନ୍ତି l ଅନ୍ୟପକ୍ଷରେ ସାଧାରଣ ମଧ୍ୟବର୍ତ୍ତୀ, ଖଟିଖିଆ ପରିବାରର କଷ୍ଟ ଅର୍ଜିତ ଆଡ଼ମିଶନ ଟଙ୍କା ହଡପ ନେଇ ପିଲାଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯାଇଛି l ଏନେଇ ଜିଲା ପ୍ରଶାସନ ତଥା ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତ ସୁରକ୍ଷା ନେଇ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି l

 

Related posts

ଅପିଲ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ଅଗଷ୍ଟ ୧୫ ପର୍ଯ୍ୟନ୍ତ ଡିପିରେ ଲଗାନ୍ତୁ ତ୍ରିରଙ୍ଗା

Odisha Halchal

ସୋନାକ୍ଷୀ ସିହ୍ନା ସେୟାର କଲେ ନିର୍ବନ୍ଧର ଫଟୋ

Odisha Halchal

ବାୟାପଡ଼ା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

Odisha Halchal

Leave a Comment