ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ବନାଞ୍ଚଳ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବନାଞ୍ଚଳ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ମାଲକାନଗିରି:-(ରିପୋର୍ଟ- କ୍ରିଷ୍ନପଦ ରାୟ ) ଜିଲ୍ଲା ସଦରମହକୁମା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।

ମାଲକାନଗିରି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ନିଜର କାର୍ଯ୍ୟ ସମ୍ପାଦନ କରିଥିବା ବନାଞ୍ଚଳ ଅଧିକାରୀ ତଥା ରେଞ୍ଜର ଜଗନ୍ନାଥ ପ୍ରସାଦ ବିଶୋଇ ଙ୍କୁ କାର୍ଯ୍ୟ ନିଷ୍ଠା ସହିତ ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳୀ ମାନଙ୍କରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନ କରିଥିବା ରୁ ଜିଲ୍ଲାବାସୀ ତାଙ୍କୁ ସଦା ସର୍ବଦା ମନେ ରଖିବ।

ଏଭଳି କର୍ତ୍ତବ୍ୟ ପରାୟଣ ମନୋବୃତ୍ତି ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଆଜି ତାଙ୍କର ମାଲକାନଗିରି ଜିଲ୍ଲା ସଦରମହକୁମା ଅଫିସ କାର୍ଯ୍ୟାଳୟରେ ପହଞ୍ଚି ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଯୁବ ସାମ୍ବାଦିକ ଓ ଭିଡ଼ିଓ ସାମ୍ବାଦିକ ମାନଙ୍କ ପକ୍ଷରୁ କ୍ରିଷ୍ନପଦ ରାୟ, ବିକ୍ରମ ପାଢ଼ୀ, ଦେବଦତ୍ତ ବେହେରା , ସନ୍ତୋଷ ନାୟକ, ଏବଂ ମାନସ ରଞ୍ଜନ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Related posts

ପୁଣି ଚମକିଲେ ନବରଙ୍ଗପୁର ଜିଲ୍ଲାର ଝିଅ

Odisha Halchal

ରାସ୍ତାରେ ପଡିଛି ଅଜଣା ମହିଳାଙ୍କ ମୃତ ଦେହ

Odisha Halchal

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଫେରାର୍ ଅଭିଯୁକ୍ତଙ୍କୁ ଧରିବ ସ୍ପେଶାଲ ସ୍କ୍ୱାର୍ଡ଼

Odisha Halchal

Leave a Comment