ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ନଦୀରୁ ଶାମୁକା ଖୋଜି ବାକୁ ଯାଇ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ନଦୀରୁ ଶାମୁକା ଖୋଜି ବାକୁ ଯାଇ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ସୁନ୍ଦରଗଡ଼:-(ରିପୋର୍ଟ -ସୁରଜ ପ୍ରତାପ ମହାନ୍ତି)ନଦୀରୁ ଶାମୁକା ଖୋଜି ବାକୁ ଯାଇ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର।ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ଲହୁଣୀପଡା ଥାନାର ଶବରା ଗ୍ରାମର ବ୍ରାହ୍ମଣୀ ନଦୀରେ ଶାମୁକା ଖୋଜି ବାକୁ ଯାଇ ପାଣିରେ ବୁଡ଼ି ଯାଇ ଆଡାଡ଼ିହି ଗ୍ରାମର ଧବଳେଶ୍ଵର କିସାନ ନାମକ ବ୍ୟକ୍ତି ନିଖୋଜ ଥିଲେ ଏନେଇ ଗ୍ରାମବାସୀ ଲହୁଣୀପଡ଼ା ପୋଲିସକୁ ସୂଚନା ଦେଇଥିଲେ।

ଲହୁଣୀପଡ଼ା ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ବଣେଇ ଦମକଳ ବାହିନୀ ସହାୟତ୍ତାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିବା ସହ ତାର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣା ପଡିଛି। ପାଣି ଅଧିକ ଗଭୀର ଥିବା ସହିତ ଶାମୁକା ଗୋଟାଇଲା ବେଳେ ତାଙ୍କର ଗୋଡ ଖସି ଯାଇ ପାଣିରେ ବୁଡ଼ି ଯାଇଥିବା ପୋଲିସ ସୂଚନା ଦେଇଛି।

Related posts

ଆଉ ନାହାନ୍ତି ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ୮୨ ବର୍ଷ ବୟସରେ ଆଖି ବୁଜିଲେ

Odisha Halchal

ମାତ୍ର ୧୦ ଦିନ ଖରାଛୁଟି; ଜାଣନ୍ତୁ କେବେଠୁ ଲାଗୁ ହେବ

Odisha Halchal

ଶାଳିକୁ ଟାଙ୍ଗିଆରେ ହାଣିଲା ଭିଣୋଇ

Odisha Halchal

Leave a Comment