ଅପରାଧଓଡ଼ିଶା ଖବରନ୍ୟୁଜ୍

ପୋଖରୀ ଖୋଳାରେ ବ୍ୟାପକ ହରିଲୁଟ

ପୋଖରୀ ଖୋଳାରେ ବ୍ୟାପକ ହରିଲୁଟ

କଟକ(ଓଡିଶା ହାଲଚାଲ):-ପୋଖରୀ ଖୋଳାରେ ବ୍ୟାପକ ହରିଲୁଟ, ଅଭିଯୋଗ ଆଣିଲା କଟକ ସଦର ବିଜେପି ।କଟକ ଜିଲ୍ଲାର କଟକସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତ ମହୁରା ଗ୍ରାମରେ ଖୋଳା ଯାଇଥିବା ପୋଖରୀ ରେ ବ୍ୟାପକ ଅର୍ଥ ହରିଲୁଟୁର ଅଭିଯୋଗ କଲା କଟକସଦର ବିଜେପି।ମହୁରା ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ କଟକସଦର ବିଜେପି ନେତା ପ୍ରଦୀପି ବେହେରାଙ୍କ ନେତୃତ୍ୱରେ ବିଜେପିର ଏକ ଟିମି ସରଜମିନି ତଦନ୍ତ କରିଥିଲେ।

ଗୋଟିଏ ପୋଖରୀ ରେ ତିନୋଟି ଯୋଜନା ରେ ଅର୍ଥ ଆସି କାର୍ଯ୍ୟ ହୋଇଛି ଯଥା ମନେରେଗା ଯୋଜନାରେ ୨୦୨୧/୨୨ଆର୍ଥିକ ବର୍ଷରେ ୫,ଲକ୍ଷ,ଅମୃତ ସରୋବର ୧୦ ଲକ୍ଷ ଏବଂ କଟକସଦର ପଞ୍ଚାୟତ ସମିତି ୧୪ ଲକ୍ଷ ଟଙ୍କା ସମୁଦାୟ ୨୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ସୂଚନା ଫଳକର ଉଲ୍ଲେଖ ଅଛି।ଦୁଖଃ ପରିତପର ବିଷୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଦର୍ଶାଯାଉଛି ହେଲେ କାର୍ଯ୍ୟ ଅତିନିମ୍ନ ମାନର ତାହା ନ ହେଲେ ବର୍ଷେ ଦୁଇବର୍ଷରେ ତିଆରି ହୋଇଥିବା ପାହାଚ କୀଭଳି ଅବସ୍ଥାରେ ଅଛି।ଦୁଇମାସ ହେବ ତିଆରି ହୋଇଥିବା କୁଣ୍ଡ କୀଭଳି ଫାଟିବା ଆରମ୍ଭ ହେଲାଣି।

କନିଷ୍ଠ ଯନ୍ତ୍ରୀଙ୍କ ନାଁ ରେ କାର୍ଯ୍ୟଦେଶ ରହୁଛି ଅଥଚ କାର୍ଯ୍ୟ ଅତି ନିମ୍ନମାନର କରି କେନ୍ଦ୍ର ସରକାରଙ୍କ ଦ୍ୱାରା ଜନ ହିତକାରୀ ଯୋଜନା ଅର୍ଥକୁ ହରିଲୁଟୁ କରୁଛନ୍ତି।ଭିଜିଲାନ୍ସ ତଦନ୍ତ ନରପକ୍ଷ ଭାବେ କରିବା ଦରକାର କିନ୍ତୁ ଭିଜିଲାନ୍ସ ଦିନରେ ଲଣ୍ଠନ ଜଳିବା ସଦୃଶ୍ୟ କାର୍ଯ୍ୟ କରୁଛି।ଆମ୍ବେ କେନ୍ଦ୍ରୀୟ ଯୋଜନା ଅର୍ଥ ଯେଉଁଠି ଯେଉଁଠି ହରିଲୁଟୁ ହୋଇଛି ସେ ସମ୍ବନ୍ଧରେ କେନ୍ଦ୍ରୀୟ ଭିଜିଲାନ୍ସ ଟିମି କୁ ଅବଗତ କରାଇବୁ ବୋଲି ବିଜେପି ଟିମି ର ସଦସ୍ୟ ପ୍ରକାଶ କରିଛନ୍ତି।

Related posts

ଚାକିରୀ ଦେବା ନାମରେ ଚାଲିଛି ନକଲି ସାମ୍ବାଦିକଙ୍କ ଠକ ରାକେଟ

Odisha Halchal

ଟ୍ରକକୁ ଧକ୍କା ଦେଲା ବାଇକ୍‌ : ଜଣେ ମୃତ, ୨ ଗୁରୁତର

Odisha Halchal

ସରକାରୀ ସହାୟତା ଅପେକ୍ଷାରେ ଶଯ୍ୟାଶାୟୀ ଭିନ୍ନକ୍ଷମ

Odisha Halchal

Leave a Comment