ଓଡ଼ିଶା ଖବରନ୍ୟୁଜ୍

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ମହିଳାଙ୍କ ସଚେତନତା

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ମହିଳାଙ୍କ ସଚେତନତା

ସୁବର୍ଣ୍ଣପୁର:-ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଜୁରିଆପାଲି ଗ୍ରାମର ପ୍ରଗତି ଓ ମା କନ୍ଧେନ ବୁଢ଼ୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ମାନେ ଜଙ୍ଗଲ କୁ ନିଆଁ ଦାଉରୁ କିପରି ରକ୍ଷା କରାଯାଇ ପାରିବ ସେ ବାବଦରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା l

ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପରିବେଶପ୍ରେମୀ ମହିଳା ତଥା ବ୍ୟାଙ୍କମିତ୍ର ସଂଗୀତା ପାତ୍ର ପରିବେଶ ର ସୁରକ୍ଷା ଦିଗରେ ସମସ୍ତ ମା ମାନଙ୍କୁ ବୈଠକ ବସି ଅବଗତ କରାଇବା ସହ ଜଙ୍ଗଲ ରେ ନିଆଁ ଲାଗିବା ଦ୍ୱାରା ଆମର ବହୁତ କ୍ଷତି ହେବା ସହ ବନ୍ୟପ୍ରାଣୀ ମାନେ ଇତସ୍ତତଃ ହେଉଛନ୍ତି ଓ ମୃତ୍ତିକା କ୍ଷୟ, ଔଷଧୀୟ ବୃକ୍ଷ ର ବିଲୁପ୍ତ, ତାପମାତ୍ରା ବୃଦ୍ଧି, ବାୟୁମଣ୍ଡଳ ଦୂଷିତ ହେବା ସହ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି ବୋଲି ବୁଝାଇ ଥିଲେ l

ପରେ ଗ୍ରାମ ମଧ୍ୟରେ ଏକ ସଚେତନତା ପଦଯାତ୍ରା କରି ସମସ୍ତଙ୍କୁ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ସହ ସୁସ୍ଥ ପରିବେଶ ର ସରଂକ୍ଷଣ ପାଇଁ ଅନୁରୋଧ କରିଥିଲେ l କାର୍ଯ୍ୟକ୍ରମ ରେ ସମସ୍ତ ସଭ୍ୟା ଉପସ୍ଥିତ ଥିବାବେଳେ ସୁବାଷିନୀ ମାଝୀ, ଦମୟନ୍ତୀ ଦେହେରୀ, କଳ୍ପନା ଦେହେରୀ, ସରସ୍ୱତୀ ଗଡୁଆ, ଗୁପ୍ତେଶ୍ୱର ଦେହେରୀ ପ୍ରମୁଖ ସହଯୋଗ କରିଥିଲେ l

Related posts

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ

Odisha Halchal

ସକାଳୁଆ ସ୍କୁଲ୍‌ ସମୟରେ ପରିବର୍ତ୍ତନ

Odisha Halchal

କ୍ୟାଟ୍‌ଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କଲେ ବିକି, ପ୍ରେଗନେନ୍ସିକୁ ନେଇ ଉଠିଲା ଚର୍ଚ୍ଚା

Odisha Halchal

Leave a Comment