ଓଡ଼ିଶା ଖବରନ୍ୟୁଜ୍

ସ୍ବାଭିମାନ ଅଞ୍ଚଳରୁ ଠାବ ହେଲା ମାଓ ଡମ୍ପ

ସ୍ବାଭିମାନ ଅଞ୍ଚଳରୁ ଠାବ ହେଲା ମାଓ ଡମ୍ପ

ମାଲକାନଗିରି :-ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ଠାବ ହେଲା ମାଓ ଡମ୍ପ , ସୂଚନା ମୁତାବକ ଗତକାଲି ଅର୍ଥାତ୍ ୧୩ ମାର୍ଚ ୨୦୨୩ ଏକ ବିଶେଷ ସୂତ୍ରରୁ ଖବର ପାଇ ୧୭୭ବାଟାଲିୟାନ ର ବିଏସ୍ଏଫ୍ ଜବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ୍ ଆରମ୍ଭ କରଥିଲେ। ସ୍ବାଭିମାନ ଅଞ୍ଚଳର ଯୋଡାମ୍ବୋ ଥାନା ଅନ୍ତର୍ଗତ ଜନ୍ତ୍ରି ଗ୍ରାମ ପଞ୍ଚାୟତର ଆର୍ଲିଙ୍ଗପଡା଼ ଗାଁର ନାଳ ନିକଟରୁ, ମାଓବାଦୀ ରଖିଥିବା ଏକ ଡମ୍ପକୁ ଯବାନମାନେ ଠାବ କରିଛନ୍ତି।

ଯେଉଁଥିରେ ବହୁ ବିସ୍ପୋରକ ସାମଗ୍ରୀ ରହିଛି । ୭ଗୋଟି ଜିଲେଟିନ ରଡ, ୧୪ଟି ଡେଟୋନେଟର୍ସ, ୪ ବଣ୍ଡଲ୍ କର୍ଡକ୍ସ ତାର, ୬ଟି ବ୍ୟାଟେରୀ ସହିତ ୨୫ ମିଟର ବିଶିଷ୍ଟ ଇଲେକ୍ଟ୍ରିକ୍ ତାର,ଭଙ୍ଗା କାଚଗୁଣ୍ଡ ,୧ଟିଏ ଢାଙ୍କୁଣୀ ସହିତ ଖାଲି ଟିଫିନ୍ ବକ୍ସ ସହିତ ଦୈନିକ ବ୍ୟବହୃତ ସାମଗ୍ରୀ ଛତା ଜୋତା ଇତ୍ୟାଦି ମଧ୍ୟ ଡମ୍ପରୁ ଉଦ୍ଧାର କରିଛନ୍ତି ଯବାନ।

ମାଓ ପ୍ରବଣ ଅଞ୍ଚଳକୁ ପ୍ରାଧାନ୍ୟ ଦେବା ସହିତ ମାଲକାନଗିରି ଜିଲ୍ଲାରେ ବିଏସ୍ଏଫ୍ ସକ୍ରିୟ ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି। ତେବେ ଆଇଡି ବ୍ୟବହୃତ ବିସ୍ପୋରକ ସାମଗ୍ରୀ ଉଦ୍ଧାର ପରେ, କ୍ୟାଡର ମାଓବାଦୀ ସହିତ ମାଓ ସମର୍ଥକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ | ଯବାନଙ୍କ ଏଭଳି କାର୍ଯ୍ୟ ସହିତ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇଛନ୍ତି | ବିଏସଏଫ ଅଞ୍ଚଳରେ ଆସିବା ପରେ ସ୍ବାଭିମାନ ଅଞ୍ଚଲରେ ଅଧିକାଂଶ ଲୋକେ ସାଧାରଣ ଜୀବନ ଯାପନ କରି ପାରୁଛନ୍ତି।

Related posts

ପପୁ ପମ୍‌ପମ୍‌ଙ୍କୁ କ୍ଲିନ୍‌ଚିଟ୍‌, ନିର୍ଦ୍ଦୋଷ ରାୟ ଦେଲେ ପକ୍ସୋ କୋର୍ଟ

Odisha Halchal

ପୁଣି କାନ୍ଧରେ ବୁହା ହେଲା ଗର୍ଭବତୀ ମହିଳା

Odisha Halchal

ଦିପାବଳୀରେ ବସ୍‌ରେ ଦୀପ ଜାଳି ଶୋଇପଡ଼ିଥିଲେ ଡ଼୍ରାଇଭର ଓ କଣ୍ଡକ୍ଟର

Odisha Halchal

Leave a Comment