ଅପରାଧଓଡ଼ିଶା ଖବରନ୍ୟୁଜ୍

ଅଭିନବ ଢଙ୍ଗରେ ଗଞ୍ଜେଇ କାରବାର

ଅଭିନବ ଢଙ୍ଗରେ ଗଞ୍ଜେଇ କାରବାର

ଅନୁଗୁଳ(ବ୍ୟୁରୋ ଓଡିଶା ହାଲଚାଲ ):- ବାହାଘର କାର୍ଡ ବାଣ୍ଟିବା ବାହାନାରେ ଗଞ୍ଜେଇ ଚାଲାଣ। ଅଭିନବ ଢଙ୍ଗରେ ଗଞ୍ଜେଇ କାରବାର କରୁଥିବା ଏହି ଗ୍ୟାଙ୍ଗ ଅନୁଗୁଳ ଅବକାରୀ ବିଭାଗ ଦ୍ୱାରା ଧରାପଡ଼ିଛନ୍ତି। ତାଙ୍କ ପାଖରୁ ୬୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ଗଞ୍ଜେଇ ଚାଲାଣ କରୁଥିବା ମାମଲାରେ ଅବକାରୀ ବିଭାଗ ଆଠମଲ୍ଲିକ ଥାନା ମାଧପୁରର ସୁଶାନ୍ତ ନାଏକ(୩୯), ବଉଦ ଜିଲ୍ଲା ବାଉଁଶୁଣିର ଶୁଭ୍ରାଂଶୁ ପ୍ରଧାନ ଓ ଲକ୍ଷ୍ମୀପ୍ରସାଦର ବୁଢ଼ାରାମ ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଅବକାରୀ ବିଭାଗର ସୂଚନା ଅନୁସାରେ, ଏକ ବଲେରୋରେ ୩ ଜଣ ଯୁବକ ଯାଉଥିଲାବେଳେ ଅବକାରୀ ଅଧିକାରୀମାନେ ସେମାନଙ୍କୁ ସନ୍ଦେହ କରି ଅଟକାଇଥିଲେ।

ସେମାନେ ଗଞ୍ଜେଇ ଚାଲାଣ କରୁଥିବା ନେଇ ଖବର ମିଳିଥିବାରୁ ଅଧିକାରୀମାନେ ସେମାନଙ୍କୁ ମୁଣ୍ଡାସାହି ଛକ ନିକଟରେ ଯାଞ୍ଚ୍‌ କରିଥିଲେ। ସେମାନେ ବାହାଘର କାର୍ଡ ବାଣ୍ଟିବାକୁ ଯାଉଥିବା କହି ଭଣ୍ଡେଇବାକୁ ଚେଷ୍ଟା କରିଥିଲେ। ହେଲେ, ସେମାନଙ୍କ କଥାବାର୍ତ୍ତା ସନ୍ଦେହଜନକ ହେବାରୁ ଗାଡ଼ି ଯାଞ୍ଚ୍‌ କରାଯାଇଥିଲା। ଏହି ସମୟରେ ଗାଡ଼ିରୁ ୬୦ କେଜି ଗଞ୍ଜେଇ ମିଳିଥିଲା।

Related posts

ପୋଲିସ କବଜାରେ ATM ଲୁଟେରା

Odisha Halchal

ନର ବଳି ପରେ ରାନ୍ଧି ଖାଇଲେ ଶବକୁ

Odisha Halchal

ପୌର ନିର୍ବାଚନ ପୂର୍ବରୁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଧରପଗଡ

Odisha Halchal

Leave a Comment