ଅପରାଧଓଡ଼ିଶା ଖବରନ୍ୟୁଜ୍

ଏକ ତରଫା ପ୍ରେମର କରୁଣ ପରିଣୀତି

ଏକ ତରଫା ପ୍ରେମର କରୁଣ ପରିଣୀତି

ରାୟଗଡା :-ଏକ ତରଫା ପ୍ରେମର କରୁଣ ପରିଣୀତି, ପ୍ରେମକୁ ନପାଇ ପ୍ରେମିକ ଘଟାଇଲା ସାଙ୍ଘାତିକ କାଣ୍ଡ।ପ୍ରେମିକ ସାଜିଲା ସୈତାନ ।
ପ୍ରେମ ନିବେଦନ ଗ୍ରହଣ ନ କରିବା ପଡିଲା ମହଙ୍ଗା ।ପ୍ରେମିକ ବିଫଳତା ସହି ନପାରି କାଟିଲା ପ୍ରେମିକା ଗଳା ।ପ୍ରେମରେ ସଫଳତା ସ୍ୱର୍ଗରୁ ଚାନ୍ଦ ତୋଳିବାକୁ ସମର୍ଥ ହୁଏ । ହେଲେ ପ୍ରେମରେ ବିଫଳତା ଯେ ମଣିଷକୁ ଅମଣିଷ କରିଦିଏ ତାହା ଏଠାରେ ଦେଖିବାକୁ ମିଳିଛି । ଯାହାକୁ ପ୍ରେମ କରୁଥିଲେ ତାକୁ ନ ପାଇବାର ରାଗରେ ତା ଜୀବନ ନେବାକୁ ପଛାଇଲେ ନାହିଁ ।

ଜୀବନ ଠୁ ଅଧିକ ପ୍ରେମ କରୁଥିଲେ ଆଉ ଯେତେବେଳେ ଯୁବତୀ ଯୁବକଙ୍କ ପ୍ରେମକୁ ପ୍ରତ୍ୟାଖାନ କଲେ ସେତେବେଳେ ଯୁବକ ପ୍ରେମିକରୁ ପାଲଟିଗଲେ ସୈତାନ । ହଁ ଦର୍ଶକ ବନ୍ଧୁ ଏପରି ଏକ ଅଭାବନୀୟ ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ ଗୁମୁଡାରେ । ଏହି ଅଂଚଳରେ ଜଣେ ଯୁବକ କଲେଜ ଛାତ୍ରୀଙ୍କୁ ଛୁରୀ ସାହାଯ୍ୟରେ ଗଳା କାଟି ଆକ୍ରମଣ କରିଥିବା ଜଣାପଡିଛି l ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଛାତ୍ରୀ ଜଣଙ୍କ ଯୁକ୍ତ ଦୁଇରେ ପଢ଼ୁଥିବା ବେଳେ ସେ କଳା ପରୀକ୍ଷା ଦେବାପାଇଁ ଗୁମୁଡା ଦ୍ରୌପଦୀ କଲେଜକୁ ଆସିଥିଲେ, ପରୀକ୍ଷା ସାରି ଫେରିବା ସମୟରେ ଜଣେ ବ୍ୟକ୍ତି ଛାତ୍ରୀ ଙ୍କୁ ଛୁରୀ ସାହାଯ୍ୟ ରେ ଗଳା କାଟି ଆକ୍ରମଣ କରିଥିଲା l

ବ୍ୟକ୍ତି ଜଣକଙ୍କ ନାମ ତିରୁମୂଲା ରାଓ ବିଷମ କଟକ ହୋଇଥିବା ବେଳେ ଛାତ୍ରୀ ନିହାରିକାଙ୍କ ଘର ମଧ୍ୟ ବିଷମ କଟକରେ l ଗଳା କାଟିବା ପରେ ସ୍ଥାନୀୟ ଲୋକେ ତିରୁମାଲାଙ୍କୁ କାବୁ କରିଥିଲେ l ଗୁରୁତର ଅବସ୍ଥାରେ ନିହାରିକାଙ୍କୁ ପଦ୍ମପୁର ସ୍ଵାସ୍ତ୍ୟ କେନ୍ଦ୍ରରେ ପ୍ରଥମେ ଚିକିତ୍ସା କରଯାଇ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି l ତିରୁମାଲା କାହିଁକି ଛାତ୍ରୀଙ୍କୁ ଆକ୍ରମଣ କରିଥିଲା ତାହା “ୱାନ ସାଇଡ ଲଭ” ବୋଲି ସାଧାରଣରେ ଚର୍ଚ୍ଚା ର ବିଷୟ ପାଲିଟିଛି lତେବେ ଏକ ତରଫା ପ୍ରେମର ଏ ହେଉଛି ସାଙ୍ଘାତିକ ଦୃଶ୍ୟ । ଯାହାକୁ ଯେ କେହିବି ଶୁଣୁଛନ୍ତି ସେ ସ୍ତବ୍ଧ ପାଲଟି ଯାଉଛନ୍ତି । ଯେଉଁ ମଣିଷକୁ ଜଣେ ଏତେ ଭଲ ପାଉଥିଲା ନିଜର ସ୍ଵାର୍ଥ ପାଇଁ ସେ କଣ ତା ଜୀବନ ନେଇ ପାରେ ଏ ପ୍ରଶ୍ନ ମଧ୍ୟ ସାଧାରଣରେ ଉଙ୍କି ମାରୁଛି । ତେବେ ଦେଖିବାକୁ ବାକି ରହିଲା ଏହି ଘଟଣା ଆଗକୁ କେଉଁ ମୋଡ଼ ନେଉଛି ।

Related posts

ଦୁଇ ଦଫା ଦାବି ନେଇ ଶ୍ରମିକ ଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ

Odisha Halchal

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କଳାପତାକା

Odisha Halchal

ହାତୀ ଘଉଡାଇବାରେ ବନ ବିଭାଗ ବିଫଳ

Odisha Halchal

Leave a Comment