ଓଡ଼ିଶା ଖବରନ୍ୟୁଜ୍

ଜଳ ସଂପଦ ଓ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ

ଜଳ ସଂପଦ ଓ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି ୨୫/୦୨ (ରିପୋର୍ଟ କ୍ରିଷ୍ଣପଦ ରାୟ) ଓଡ଼ିଶା ସରକାରଙ୍କ ଜଳ ସଂପଦ ଓ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଆସି କେଟଲିଗୁଡ଼ା ଠାରେ ନୂତନ ନିର୍ମାଣ ହେଉଥିବା ଏୟାର ଷ୍ଟ୍ରିପ କୁ ମଧ୍ୟ ପରିଦର୍ଶନ କରିଛନ୍ତି ।

ମନ୍ତ୍ରୀ ଶ୍ରୀମତୀ ସାହୁ ଆଜି ଏକ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ସଦରମହୋକୁମା ଏମଭି ୩ ବିଏସଏଫ କ୍ୟାମ୍ପ ଠାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଜନପ୍ରତିନିଧି ଓ ପ୍ରଶାସନ ତରଫରୁ ସ୍ବାଗତ କରିଥିଲେ। ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କୁ, ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ ସ୍ବାଗତ ଜଣାଇବା ସହ ଏୟାରଷ୍ଟ୍ରିପ କାର୍ଯ୍ୟର ଅଗ୍ରଗତି ବିଷୟରେ ସମସ୍ତ ସୂଚନା ପ୍ରଦାନ କରିଛନ୍ତି।

ଏୟାର ଷ୍ଟ୍ରିପ ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ, ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିନାଥ ମାଝୀ, ଉପ ଜିଲ୍ଲପାଳ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଆଞ୍ଚଳିକ ପରିବହନ ଅଧିକାରୀ, ଶ୍ରୀ ମାନସ ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥି ସହିତ ଜିଲ୍ଲାର ଶିଳ୍ପ ତାଲିମ କେନ୍ଦ୍ର ଓ ପୋଲିଟେକ୍ନିକ ଅନୁଷ୍ଠାନ ମଧ୍ୟ ପରିଦର୍ଶନ କରିଥିଲେ।

Related posts

ରାଜଧାନୀକୁ ଉଡାଇବାକୁ ଷଡଯନ୍ତ୍ର! ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

Odisha Halchal

ମିଳିଲା ସଫଳତା,ଦୁଇ କୁଖ୍ୟାତ ଲୁଟେରାଙ୍କୁ ଗିରଫ

Odisha Halchal

ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି -ସୁପ୍ରିମକୋର୍ଟ

Odisha Halchal

Leave a Comment