ଅପରାଧଓଡ଼ିଶା ଖବରନ୍ୟୁଜ୍

ଯାଜପୁର ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନୀ ହିଂସାରେ ୯୮ଜଣଙ୍କୁ ଗିରଫ

ଯାଜପୁର ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନୀ ହିଂସାରେ ୯୮ଜଣଙ୍କୁ ଗିରଫ

ଯାଜପୁର ଜିଲ୍ଲାରେ ୩ଟି ପର୍ଯ୍ୟାୟ ରେ ହୋଇଥିବା ନିର୍ବାଚନୀ ହିଂସା ରେ ବର୍ତ୍ତମାନ ସୁଦ୍ଧା ୯୮ଜଣଙ୍କୁ ଗିରଫ କରାଯାଇଛି । ଏନେଇ ପ୍ରେସ୍ ରିଲିଜ୍ କରି ସୁଚନା ଦେଇଛନ୍ତି ଜିଲ୍ଲା ପୋଲିସ୍ ।

୨୧ ତାରିଖରେ ୬୯ ଜଣ ସହ ମୋଟ୍ ୯୮ ଜଣଙ୍କୁ ଗିରଫ କରିଥିବା ସୁଚନା ଦିଆଯାଇଛି । ଏହା ଛଡ଼ା ଯାଜପୁର ବିଞ୍ଝାରପୁର ବାଚ୍ଛୋଳରେ ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣରେ ମଧ୍ୟ ମୋଟ୍ ୧୨ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ କିଛି ସଦସ୍ୟଙ୍କୁ ଆଣି ମଧ୍ୟ ଥାନାରେ ପଚରାଉଚରା କରାଯାଉଛି ।

ସୁଚନା ଅନୁସାରେ ଆଜି ମଧ୍ୟ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି । ଉକ୍ତ ସାମ୍ବାଦିକଙ୍କ ନାଁ ସୁଶାନ୍ତ ସାହୁ ହୋଇଥିବା ବେଳେ ଠେଲାପେଲା ଓ ଦୁର୍ବ୍ୟହାର ହୋଇଥିବା ଅଭିଯୋଗ ହୋଇଛି ।

ଆଠଗଡ଼ ଅନନ୍ତପୁର ପଞ୍ଚାୟତର ୪ନଂ ବୁଥ୍‌ରେ ମତଦାନ ହେଉଥିବା ସମୟରେ ଏପରି ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । କେତେକ ଏଜେଣ୍ଟଙ୍କୁ ବୁଥ୍‌ରେ ନପୁରାଇବା କାରଣରୁ ଉତ୍ତେଜନା ଦେଖାଯାଇଥିଲା ।

ଏନେଇ ଉକ୍ତ ସାମ୍ବାଦିକ ଜଣଙ୍କ ଖବର ସଂଗ୍ରହ କରିବା ସମୟରେ ଏପରି ଘଟଣାର ସମ୍ମୁଖୀନ ହୋଇଥିଲେ ।

Related posts

ସମାଜ ମଙ୍ଗଳ ଅଧିକାରୀଙ୍କ ଚାକିରୀ ରୁ ଅବସର ଗ୍ରହଣ

Odisha Halchal

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ

Odisha Halchal

ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ବାସନ୍ତୀକ ନବରାତ୍ର ପୂଜା

Odisha Halchal

Leave a Comment