ଓଡ଼ିଶା ଖବରନ୍ୟୁଜ୍

ପୁଲୱାମା ସହିଦ ଯବାନଙ୍କ ଶ୍ରଦ୍ଧାଞ୍ଜଳି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ପୁଲୱାମା ସହିଦ ଯବାନଙ୍କ ଶ୍ରଦ୍ଧାଞ୍ଜଳି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ରାୟଗଡା:-ପୁଲୱାମା ଆକ୍ରମଣକୁ ପୁରିଛି ଚାରିବର୍ଷ ହେଲେ ଦେଶବାସୀ ଆଜିକାର ଦିନକୁ ଭୁଲିନାହାନ୍ତି l ଏହି ଆକ୍ରମଣରେ ସହୀଦ ହୋଇଥିବା ସୈନିକଙ୍କ ଅମର ଆତ୍ମାର ସଦଗତି ପାଇଁ ବିଷମକଟକ ବ୍ଲକ ଡୁକୁମ ଗ୍ରାମଠାରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟଜନ ହୋଇଯାଇଛି |

ଏହି ଅବସରରେ ଡୁକୁମ ଗ୍ରାମର ରୟାଲ ୟୁଥ୍ କ୍ଲବ ସଭାପତି ସୋମନାଥ ସାହୁକାର ‘ସମ୍ପାଦକ ଜି ଇଶ୍ଵର ରାଓ,ପୂର୍ବତନ ସରପଞ୍ଚ କିରଣ ସାରକାଓ ରୟୋଲ ୟୁଥୁ କ୍ଲବର ଯୁବକ ଯୁବ ସଙ୍ଗଠନ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରିଥିବା ବେଳେ ସହୀଦ ଯବାନ ଅମର ରହେ ସ୍ଲୋଗାନ ସହ ଦେଶ ପାଇଁ ଜୀବନ ଦେଇଥିବା ବୀର ସୈନିକଙ୍କୁ ସ୍ମରଣ କରିଥିଲେ l ନିକଟରେ ଆଫ୍ସା ଯୁବକ ସଂଘଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଓ କ୍ୟାଣ୍ଡେଲ ଶଭାଯାତ୍ରା କରାଯାଇଛି l

ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଚାରିବର୍ଷ ପୁରିଛି । ବୀର ସହିଦମାନେ ଦେଶରକ୍ଷା ପାଇଁ ନିଜର ଜୀବନକୁ ବଳିଦାନ ଦେଇଥିଲେ । ହେଲେ ଯେଉଁମାନେ ଭାରତ ମାଁ ର ରକ୍ଷାପାଇଁ ବଳିଦାନ ଦେଇଛନ୍ତି ଆଜିର ଦିନକୁ ବହୁ ଲୋକେ ଭୁଲି ଯାଉଛନ୍ତି ସେଥିପାଇଁ ମାଟି ମାଁର ସନ୍ତାନକୁ ସ୍ମରଣକରି ଡୁକୁମ ୟୁଥୁ କ୍ଲବର ଯୁବକ ଭାଇ ଓ କର୍ମକର୍ତା ଗ୍ରାମ ବାସୀ ଏହି ବୀର ଯବାନ ମାନଙ୍କ ବଳିଦାନକୁ କ୍ଷବ ପ୍ରକାଶ କରି ଆଜିର ଦିନରେ ଯବାନଙ୍କୁ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି। ଏହା ସହ ଆତଙ୍କବାଦୀଙ୍କ ଏଭଳି କାର୍ଯ୍ୟ ପାଇଁ ଦୃଡନିନ୍ଦାର ସହ ଏହିଦିନକୁ କଳା ଦିବସ ଭାବେ ପାଳନ କରିଛନ୍ତି ଡୁକୁମ ୟୁଥୁ କ୍ଲବର ଯୁବକ ଭାଇ ମାନେ।

Related posts

କଳିଙ୍ଗର ବରପୁତ୍ର ଓ ସ୍ବାଭିମାନୀ ଓଡ଼ିଆଙ୍କ ୧୦୭ ତମ ଜନ୍ମ ଜୟନ୍ତୀ

Odisha Halchal

ବିଜେଡିର ଜନ ସଂପର୍କ ଯାତ୍ରା

Odisha Halchal

ହାତୀ ଗୋଡ଼ରେ ଦଳି ଦେବାରୁ ବୃଦ୍ଧ ମୃତ

Odisha Halchal

Leave a Comment