ଅପରାଧଓଡ଼ିଶା ଖବରନ୍ୟୁଜ୍

କିଛି ଟଙ୍କା ପାଇଁ ହଜିଗଲାନି ମାନବିକତା

କିଛି ଟଙ୍କା ପାଇଁ ହଜିଗଲାନି ମାନବିକତା

ବୌଦ୍ଧ:-ହଜିଗଲାନି ମାନବିକତା।କିଛି ଟଙ୍କା ପାଇଁ ଘଟିଛି ହତ୍ୟା ଘଟଣା।ଥାନାରେ ହେଲା ହତ୍ୟା ମାମଲା ରୁଜୁ।ଘଟିଗଲା ଅଘଟଣ ଚାଲିଗଲା ଜଣଙ୍କ ଜୀବନ ଏପରି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଖଲିଆପାଲି ପଞ୍ଚାୟତ ମହୁଲି ଗାଁରେ।ମିଳିଥିବା ସୂଚନା ଅନୁସାରେ ମନ ମୁଣ୍ଡା ଥାନା ଖଲିଆପାଲି ପଞ୍ଚାୟତ ମହୁଲି ଗ୍ରାମରେ ଟଙ୍କା ଓ ଜମି କୁ ନେଇ ଭାଇ ଭାଇ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି।

ମହୁଲି ଗାଁ ର ଦୁଇ ଭାଇ ବାଳକୃଷ୍ଣ ମେହେର ଏବଂ ରାମଚନ୍ଦ୍ର ମେହେର ମଣ୍ଡିରେ ଧାନ ବିକ୍ରୟ କରିଥିଲେ।ବିକ୍ରି ଟଙ୍କା ସବୁ ବାଳକୃଷ୍ଣ ଙ୍କ ଆକାଉଣ୍ଟରେ ଜମା ହୋଇଥିଲା।ରାମଚନ୍ଦ୍ର ଙ୍କ ପୁଅ ପ୍ରଦୀପ ଧାନ ବିକ୍ରି ବାବଦକୁ କୃଷ୍ଣଙ୍କୁ ଟଙ୍କା ମାଗିଥିଲେ କିନ୍ତୁ ରାମଚନ୍ଦ୍ର ଙ୍କ ଠାରୁ ପାଇବାକୁ ଥିବା 28 ଡିସିମିଲ ଜମି ବାଳକୃଷ୍ଣ ଙ୍କ ନାମରେ ରେଜିଷ୍ଟ୍ରି କଲେ ଟଙ୍କା ଦିଆଯିବ ବୋଲି ବାଳକୃଷ୍ଣ ଙ୍କ ପୁଅ ନବଘନ କହିଥିଲେ।ପରେ କଥା କଟାକୁଟି ହୋଇ ଦୁଇ ପରିବାର ମଧ୍ୟରେ ହାତାହାତି ହୋଇ ବର୍ଛି ଠେଙ୍ଗା ଭୁଜାଲି ପର୍ଯ୍ୟନ୍ତ ଯାଇଥିଲା ଓ ରଣ ଭୂମି ପାଲଟି ଥିଲା ମହୁଲି ଗାଁ।

ଏଥିରେ ସୁବଳ ମେହେର ଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ତାଙ୍କ ବାପା ରାମଚନ୍ଦ୍ର ଙ୍କ ଅବସ୍ଥା ସଙ୍କଟା ପନ୍ନ ଥିବା ଜଣା ପଡିଛି। ସୁବଳ ଙ୍କ ସ୍ତ୍ରୀ ଓ ଗୋଟିଏ ଶିଶୁ ପୁତ୍ର ଥିବା ବେଳେ ଗୋଟିଏ ଛୋଟ ନିସ୍ପାପ ଶିଶୁ ହୋଇଗଲା ଅନାଥ।ଆଜି ସୁବଳଙ୍କ ପରିବାର ଲୋକେ ମନ ମୁଣ୍ଡା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା ବେଳେ ଉକ୍ତ ଥାନାରେ କେସ ନମ୍ୱର୍ 63/2023 ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଧାରା 302,307,323,324,325,294 ସହ 34 ଆଇପିଶି ରେ କେସ ରୁଜୁ ହୋଇଥିବା ବେଳେ ଆସାମୀ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ମନମୁଣ୍ଡା ଥାନା ଅଧିକାରୀ ଅଶ୍ଵିନୀ ଭିତିରିଆ ସୂଚନା ଦେଇଛନ୍ତି।

Related posts

ବୁଢା ବୟସରେ ଧାନ ବିଲରେ ପ୍ରେମ

Odisha Halchal

ରସିକିଆ ଡାକ୍ତର ଗିରଫ

Odisha Halchal

ରାସ୍ତା ମରାମତି ପାଇଁ ଉଠିଲା ପ୍ରଶ୍ନ

Odisha Halchal

Leave a Comment