ଓଡ଼ିଶା ଖବରନ୍ୟୁଜ୍

ନ୍ୟାୟ ପାଇବା ପାଇଁ ଲଢେ଼ଇ କରୁଛି ତାରାବତୀ

ନ୍ୟାୟ ପାଇବା ପାଇଁ ଲଢେ଼ଇ କରୁଛି ତାରାବତୀ

ନୂଆପଡା:-ବୋଡେ଼ନ ବ୍ଲକ ଅନ୍ତର୍ଗତ ଲରକା ଗ୍ରାମପଞ୍ଚାୟତ ସ୍ଥିତ କାମପୁର ଗ୍ରାମର ବାସିନ୍ଦା ଶ୍ରୀମତୀ ତାରାବତୀ ପଟେଲ. ତାଙ୍କର ପରିବାର ଏକ ଗରିବ, ଖଟିଖିଆ, ଦିନ ମଜୁରିଆ ଶ୍ରେଣୀର ଅଟନ୍ତି. ତାଙ୍କ ପରିବାରରେ ତାଙ୍କ ବଡ଼ପୁଅ ଶ୍ରୀ କ୍ଷେତ୍ରମୋହନ ପଟେଲ ସହ ତାଙ୍କର ସ୍ତ୍ରୀ, ଗୋଟିଏ ନାତି ଓ ଗୋଟିଏ ନାତୁଣୀ ରହନ୍ତି. ତାରାବତୀଙ୍କ ସ୍ୱାମୀ ଅଛନ୍ତି କିନ୍ତୁ ଦ୍ଵିତୀୟ ବିବାହ କରି ତାଙ୍କର ଅନ୍ୟ ପରିବାର ସହ ରହନ୍ତି. ସେ ପ୍ରଥମ ସ୍ତ୍ରୀ ତାରାବତୀ ଓ ବଡ଼ ପୁଅ କ୍ଷେତ୍ରମୋହନଙ୍କୁ ପରିବାର ପ୍ରତିପୋଷଣ ପାଇଁ ଖାଦ୍ୟ, ବସ୍ତ୍ର, ଅସୁବିଧା ସୁବିଧା କୌଣସିରେ ସାହାଯ୍ୟ କରୁନାହାନ୍ତି ।

ସ୍ୱାମୀ ପରିତ୍ୟକ୍ତା ତାରାବତୀ ନିଜର ପୁଅର ଯତ୍ନ ନିଅନ୍ତି ଓ ବାପା ଘର ତୁରକେଲା ବଲାଙ୍ଗୀରରେ ପ୍ରାୟ ସବୁ ସମୟ ରହନ୍ତି ।ସୂଚନା ଅନୁସାରେ ବିଗତ 2019ମସିହାର ଏକ ଘଟଣା. ତାରାବତୀ ଓ ତାଙ୍କ ପୁଅ କ୍ଷେତ୍ରମୋହନ ନିଜ ଘର ବାଡ଼ିରେ ଗୋଟିଏ ସରକାରୀ ପାଇଖାନା ନିର୍ମାଣ କରିଥିଲେ।ସେହି ସମୟରେ ତାଙ୍କ ସ୍ୱାମୀ ଆସି ପାଇଖାନା ଘର ଭାଙ୍ଗି ଚାଲ ବାଡ଼ ଦେଇ ଏହା ମୋ ଜାଗା ତୁମର କୌଣସି ଅଧିକାର ନାହିଁ ବୋଲି ଝଗଡା କରିଥିଲେ।

ତାପରେ ନିରୀହ ତାରାବତୀ ଗାଁର ଭଦ୍ର ବ୍ୟକ୍ତି ଓ ସାକ୍ଷୀମାନଙ୍କ ସହଯୋଗରେ ବୋଡେ଼ନ ଥାନାର ଦ୍ୱାରସ୍ଥ ହୁଅନ୍ତି. ଉପଯୁକ୍ତ ସାକ୍ଷୀମାନଙ୍କ ବୟାନ ଅନୁଯାୟୀ ତାଙ୍କ ସ୍ୱାମୀଙ୍କୁ ଚାର ସିଟ ବୂକ ହୋଇ ଜେଲ ଯାଆନ୍ତି. ତାଙ୍କର କେସ କୋର୍ଟରେ ବିଚାରଧୀନ ଅବସ୍ଥାରେ ବର୍ତମାନ ପଡ଼ିରହିଛି. ଯେଉଁମାନେ ଉପଯୁକ୍ତ ସାକ୍ଷୀ ଥିଲେ ସେମାନଙ୍କ ନାଁରେ କୋର୍ଟରୁ ନୋଟିସ ନ ଆସି ଅନ୍ୟ ଲୋକମାନଙ୍କ ନାଁରେ ଆସୁଛି।

ତେଣୁକରି ଘଟଣାରେ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କୁ ନୋଟିସ ନ ଆସିବାରୁ ତାରାବତୀଙ୍କୁ ସେମାନେ ଗାଳିଗୁଲଜ କରୁଛନ୍ତି। ତେଣୁକରି ଉପଯୁକ୍ତ ନ୍ୟାୟ ପାଇବା ସକାଶେ ତାରାବତୀ ଥାନାର ଦ୍ୱାରସ୍ଥ ହେଲେ ମଧ୍ୟ କିଛି ସୁଫଳ ପାଇପାରିନାହାନ୍ତି. ସେ ନ୍ୟାୟ ପାଇବା ପାଇଁ ଡହକବିକଳ ହେଉଛନ୍ତି।ଆଇନ ଆଗରେ ସମସ୍ତେ ସମାନ ଯିଏ ଭୁଲ କଲା ତା ପାଇଁ ସମ୍ଭିଧାନରେ ଆଇନ ପ୍ରଣୟନ ହୋଇଛି ଓ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି. କିନ୍ତୁ ପୋଲିସ କର୍ମଚାରୀ ମାନଙ୍କ ଓ ଓକିଲମାନଙ୍କ ବିଚକ୍ଷଣ ବୁଦ୍ଧି ଯୋଗୁଁ କେସଟି କଳା କୁ ଧଳା କରିବା ସମ୍ଭବ ହୋଇପାରୁଛି. ସେହିଭଳି କ୍ଷେତ୍ରରେ ବିଚାରୀ ନିରୀହ ସ୍ୱାମୀ ପରିତ୍ୟକ୍ତା ତାରାବତୀ ନ୍ୟାୟ ପାଇବାରୁ ବଞ୍ଚିତ ହେଇଛି।ତେଣୁକରି ଆମ ଓଡିଶା ହାଲଚାଲ ମାଧ୍ୟମରେ ନ୍ୟାୟ ପାଇବା ସକାଶେ ସରକାରଙ୍କୁ ନିବେଦନ ଜଣାଇଛନ୍ତି।

Related posts

ରଣବୀରଙ୍କ ପୂର୍ବରୁ ଏହି ସେଲିବ୍ରେଟିମାନଙ୍କ ନ୍ୟୁଡ୍‌ ଫଟୋସୁଟ୍‌ ରହିଛି ଚର୍ଚ୍ଚାରେ

Odisha Halchal

ପିତାମାତାଙ୍କ ସ୍ମୃତିରେ ଶ୍ରୀମଦ ଭାଗବତ କଥା ମୃତ ପାରାୟଣ

Odisha Halchal

ତିର୍ତ୍ତୋଲ ବିଧାୟକଙ୍କ ପୁଣି ବଢ଼ିଲା ଅଡୁଆ

Odisha Halchal

Leave a Comment