ଓଡ଼ିଶା ଖବରନ୍ୟୁଜ୍

ମୋ ସ୍କୁଲର ଏ କି ବିକଳ ଚିତ୍ର

ମୋ ସ୍କୁଲର ଏ କି ବିକଳ ଚିତ୍ର

କେନ୍ଦ୍ରାପଡ଼ା :-(ରିପୋର୍ଟ :-ଜନ୍ମେଜୟ ବିଶ୍ଵାଳ )ସରକାରୀ ବିଦ୍ୟାଳୟ ନା ମଜୁରିଆ ପାଠ କମ୍ ଆଉ କାମ ବେଶୀ ଗଡିଆରୁ ପାଣି ବୋହୁଛନ୍ତି ଛୋଟ ଛୋଟ ପିଲା ମୋ ସ୍କୁଲର ଏ କି ବିକଳ ଚିତ୍ର ?ପିଲାମାନେ ବିଦ୍ୟାଳୟ ଆସିବେ ଆଉ ପାଠ ପଢିବେ ଏନେଇ ସରକାରଙ୍କ ତରଫରୁ କେତେ କ’ଣ ବ୍ୟବସ୍ଥା କରାଯାଇଛି।

ହେଲେ ପିଲାମାନେ ଯଦି ପାଠ ପଢିବା ବଦଳରେ ପାଣି ବୋହିବେ ତେବେ ଭବିଷ୍ୟତ କ’ଣ ହେବ। ନାଁ ପିଲା ଭଲ ପାଠ ପଢିପାରିବେ ନାଁ ଭବିଷ୍ୟତ ଗଢି ପାରିବେ ଦେଖନ୍ତୁ ଏହି ଦୃଶ୍ୟକୁ। କିଭଳି ଛୋଟ ଛୋଟ ପିଲାମାନେ ବିଦ୍ୟାଳୟ କାମରେ ବ୍ୟସ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ପାଟଳିପଙ୍ଗ ପଞ୍ଚାୟତର କୋଦାକଣ ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ସ୍କୁଲ ଘର କାମ ଚାଲିଛି ଯେଉଁ କାମଟି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତତ୍ତ୍ଵାବଧାନରେ ପରିଚାଳିତ ହେଉଛି। ହେଲେ ଦଣ୍ଡମୁକ୍ତ ଅଞ୍ଚଳରେ ପାଣି ବୋହୁଛନ୍ତି ଛୋଟ ଛୋଟ ପିଲାମାନେ। ଏ ଘଟଣା ପରେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସେପଟେ ଘଟଣା ସମ୍ପର୍କରେ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଗଣମାଧ୍ୟମଙ୍କ ପ୍ରଶ୍ନ ବାଣରେ ମୁହଁ ଖୋଲୁନାହାନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ପିଲାମାନଙ୍କୁ କାମ କରିବାକୁ କୁହନ୍ତୁ। ବା ନ କୁହନ୍ତୁ ବିଦ୍ୟାଳୟରେ ପିଲାମାନେ ଗଡିଆରୁ ପାଣି ବୋହିବେ ଆଉ ବିଦ୍ୟାଳୟର କତୃପକ୍ଷ ଜାଣିପାରିବେ ନାହିଁ କେମିତି। ଆଉ ଯଦି ସବୁ ଦେଖି ସବୁ ଜାଣି ପିଲାଙ୍କୁ ଆକଟ ନ କରିବେ ତେବେ ସେଥିପାଇଁ ଦାୟୀ କିଏ।

Related posts

ଡିଲ୍ ବେଳେ ମାଡିବସିଲା ବନବିଭାଗ, ଗୋଟିଏ କଲରାପତରିଆ ବାଘ ଛାଲ ସହ ୭ ଗିରଫ

Odisha Halchal

ସାପ କାମୁଡ଼ାରେ ଦୁଇ ଝିଅଙ୍କ ଜୀବନ

Odisha Halchal

ଶାକାହାରୀ କୁମ୍ଭୀର ବାବୀୟାର ମୃତ୍ୟୁ

Odisha Halchal

Leave a Comment