ଅପରାଧଓଡ଼ିଶା ଖବରନ୍ୟୁଜ୍

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପୋଲିସର ତଦନ୍ତ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପୋଲିସର ତଦନ୍ତ

କୋରାପୁଟ:-(ରିପୋର୍ଟ :-ଦଶରଥ ମାଛ )ସେମିଳିଗୁଡ଼ା ନିକଟସ୍ଥ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରହୁଥିବା ଲିଲି ପ୍ରଧାନ ସୁନାବେଡା ପୌର ପରିଷଦର ଡ଼ଃ ରାଜେନ୍ଦ୍ର କୁମାର ପାତ୍ର ବାପା ପ୍ରକାଶ ପାତ୍ରଙ୍କ ନାମରେ ଜଣେ ମହିଳାଙ୍କୁ ଅସାଦାଚରଣ କରିବା ସହ ମାରା ଧାରା ଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ।

ନ୍ୟାୟ ପାଇଁ ଲିଲି ପ୍ରଧାନ ଓ ସମାଜସେବୀ ପ୍ରମିଳା ତ୍ରିପାଠୀ ସୁନାବେଡ଼ା ଥାନାରେ ଅଭିଯୋଗ କରିବା ସହିତ ଏସପିଙ୍କୁ ଦେଖା କରିଥିଲେ, ଅଭିଯୋଗକୁ ଭିତ୍ତିକରି ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରିଥିବା ବେଳେ, ତଦନ୍ତ ଅଧିକାରୀ ଭାବେ ଡ଼ିଏସପି ସୁମିତ୍ରା ଜେନା, ସୁନାବେଡ଼ା ଏସ୍ଡିପିଓ ମନୋଜ କୁମାର ବେହେରା, ସୁନାବେଡା ଆଇ ଆଇସି ଉଲ୍ଲାସ ଚନ୍ଦ୍ର ରାଉତ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲରେ ଯାଇ ତଦନ୍ତ କରିବା ସହ ଅଭିଯୋଗ ଦେଇଥିବା ଲିଲି ପ୍ରଧାନ ଏବଂ ରାଜେନ୍ଦ୍ର ପାତ୍ରଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି, ସୁନାବେଡା ପୌର ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର କୁମାର ପାତ୍ର ଙ୍କ ବାପା ପ୍ରକାଶ ପାତ୍ର ଅଭିଯୋଗକୁ ଖଣ୍ଡନ କରିବା ସହ ଗଣମାଧ୍ୟମ ଆଗରେ ବୟାନ ରଖିଛନ୍ତି ଯେ, ଲିଲି ପ୍ରଧାନ ଜାଗା ନେବାକୁ ଏ ସବୁ ମିଛରେ କହୁଛି ।

ଘଟଣାର ନିରପେକ୍ଷ ତଦନ୍ତ ହେଲେ ସତ୍ୟ ସତ୍ୟତାକୁ ଘଟଣା ଆଗକୁ ଆସିବ ବୋଲି ପ୍ରକାଶ କରିଛନ୍ତି,ତାଙ୍କ ସ୍ୱାମୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପିଅନ ଭାବେ କାର୍ଯ୍ୟ କରୁଥିଲେ। ଲିଲି ପ୍ରଧାନଙ୍କ ସ୍ୱାମୀ ମଧ୍ୟ ପ୍ରକାଶ ପାତ୍ର ଙ୍କ ନାଁ ରେ ମଧ୍ୟ ଅଭିଯୋଗ କରିଛନ୍ତି ଯେ ମୁ ସବୁ ଜାଣିଛି। ମୋ ସ୍ତ୍ରୀ କୁ ନ୍ୟାୟ ମିଳିବା ଦରକାର ବୋଲି ଅଭିଯୋଗ କରିଛନ୍ତି। ଉଭୟ ପକ୍ଷରୁ କୌଣସି ଗଣ୍ଡଗୋଳ ଶାନ୍ତି ଶୃଙ୍ଖଳା ନିମନ୍ତେ ରହିବା ପାଇଁ ତହସିଲଦାରଙ୍କ ତୋରପରୁ ୧୦୭ ନୋଟିସ ଉଭୟ ପାର୍ଟି ଙ୍କୁ ଜାରି କରାଯାଇଛି ବୋଲି ଜଣାପଡିଛି। ଏହି ସମସ୍ୟାର ସମାଧାନ କେବେ ହେବ ତାହାକୁ ନେଇ ଦେଖିବାକୁ ବାକି ରହିଲା।

Related posts

ଛାତ୍ରୀଙ୍କୁ ଜୋରଜବରଦସ୍ତ ଅସଦାଚରଣ

Odisha Halchal

ପେଟ୍ରୋଲ ପମ୍ପରେ ତେଲପକାକୁ ନେଇ ଗୁଳିମାଡ଼

Odisha Halchal

ସ୍କୁଲରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ପୁରୁଷ କର୍ମଚାରୀ ବିଚ୍‌ ରାସ୍ତାରେ ହାତାହାତି

Odisha Halchal

Leave a Comment