ଅପରାଧଓଡ଼ିଶା ଖବରନ୍ୟୁଜ୍

ଛାତ୍ରୀଙ୍କୁ ଜୋରଜବରଦସ୍ତ ଅସଦାଚରଣ

ଛାତ୍ରୀଙ୍କୁ ଜୋରଜବରଦସ୍ତ ଅସଦାଚରଣ

ବ୍ରହ୍ମପୁର:-(ରିପୋର୍ଟ :-ଅନିଲ ସେଠି )ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ହରଡ଼ାଖଣ୍ଡି ଛକ ସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜରେ ସାଙ୍ଘାତିକ ରାଗିଂ ା କଲେଜର କିଛି ବିଦ୍ୟାର୍ଥୀ ମିଶି ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ରାଗିଂ କରିଛନ୍ତି । ଯାହାର ଭିଡିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୁରି ବୁଲୁଛି । ଘୁରି ବୁଲୁଥିବା ଭିଡ଼ିଓ ପୁଲିସ ନିକଟରେ ପହଁଚିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ରାଗିଂ କରିଥିବା ଛାତ୍ର ଓ ଛାତ୍ରୀଙ୍କୁ ଚୁମ୍ବନ କରିଥିବା ଛାତ୍ରକୁ ଗିରଫ କରିଛି । ଗିରଫ ଦୁଇଛାତ୍ର ହେଲେ ହରିଡାଖଣ୍ଡି ଶାନ୍ତିନଗରର ଅଭିଶେଷକ ନାହାକ (୨୪) ଓ ବବୁଲୁ ପଣ୍ଡା(୧୮) । ଏହା ସହ ତିନି ନାବାଳକ ଅଟକ ଥିବା ଜଣାପଡ଼ିଛି ।

ଗିରଫ ଦୁଇଛାତ୍ରଙ୍କୁ କଲେଜରୁ ସବୁଦିନ ପାଇଁ ବହିଷ୍କୃତ କରିବାକୁ ପୁଲିସ ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରାଯାଇଥିବା ବେଳେ ଏହି ରେଗିଂରେ ସଂପୃକ୍ତ ଅନ୍ୟ ଛାତ୍ରଛାତ୍ରୀଙ୍କୁ ୧ ବର୍ଷ ପାଇଁ କଲେଜରୁ ନିଲମ୍ବନ କରିବାକୁ ପୁଲିସ ସୁପାରିଶ କରିଛି । ସୂଚନାନୁଯାୟୀ, ଗତକାଲି ବିନାୟକ ଆଚାର୍ଯ୍ୟ କଲେଜ ଭିତରେ କିଛି ବିଦ୍ୟାର୍ଥୀ ମିଶି ଯୁକ୍ତ ଦ୍ୱିତୀୟ ବର୍ଷର ଛାତ୍ର ବାବୁଲ ପଣ୍ଡା ଓ ଯୁକ୍ତ ପ୍ରଥମ ବର୍ଷର ଛାତ୍ରୀଙ୍କୁ ରାଗିଂ କରିଛନ୍ତି। ଗିରଫ ଛାତ୍ର ଅଭିଷେକ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ଗିରଫ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ବବୁଲୁ ଜୋର ଜବରଦସ୍ତି ଆଇ ଲଭ୍ ୟୁ କହିବା ପାଇଁ ବାଧ୍ୟ କରିବା ସହ ତାଙ୍କୁ ଚୁମ୍ବନ କରିବାକୁ ବାଧ୍ୟ କରିଥିଲେ । ଏପରିକି ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏପରି କି ଗିରଫ ଛାତ୍ର ବବୁଲୁ କଥା ନମାନିଲେ ଗିରଫ ଛାତ୍ର ଅଭିଷେକ ତାଙ୍କୁ ଏକ ପ୍ୟାଇପରେ ମାଡ଼ ମାରୁଥିବା ଭାଇରଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ ଛାତ୍ରୀଙ୍କ ପାଇଁ ୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ଯୋଗୁଁ ଗିରଫ ଛାତ୍ର ଅଭିଷେକ ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀଙ୍କୁ ଏଭଳି ବିବାହ ସିନେମାର ମଜା ନିଅ ବୋଲି କହୁଥିଲେ ।

ପ୍ରଥମ ବର୍ଷର ଛାତ୍ରୀ ଜଣକ ସିନିୟରଙ୍କ ଏଭଳି କାର୍ଯ୍ୟକୁ ସହି ନ ପାରି ଘଟଣା ସ୍ଥଳରୁ ଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଭିଷେକ ତାଙ୍କୁ ବିଭିନ୍ନ ଧମକ ଚମକ ଦେଇ ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ଓ ବ୍ୟାଗ୍ ମଧ୍ୟ ଛଡାଇ ଦେଇଥିଲେ । ତେବେ ଏହି ଘଟଣା ଘଟୁଥିବା ବେଳେ ଆଉ କିଛି ଛାତ୍ରଛାତ୍ରୀ ଏହାର ମଜା ଉଠାଇ ସିନିୟର ଛାତ୍ରଅଭିଷେକଙ୍କୁ ପ୍ରୋତ୍ସାହିତ କରୁଥିବା ଭାଇରଲ ହୋଇଥିବା ଭିଡ଼ିଓରୁ ଜଣାପଡିଛି । ସବୁ ଠାରୁ ବଡ଼ ଆର୍ଚାଯ୍ୟ କଥା ହେଉଛି କି ଏହି ଘଟଣା ଆରମ୍ଭରୁ ଶେଷ ପଯ୍ୟନ୍ତ ପୁରା ଭିଡ଼ିଓ ରେକଡ଼ିଂ ହୋଇଛି । ତାହା ବି ଗିରଫ ଛାତ୍ର ଅଭିଷେକଙ୍କ ନିର୍ଦ୍ଦେଶରେ ।

କେବଳ ଜଣେ ନୁହେଁ ବହୁ ଜଣ ସେଠାରେ ଏହି ଘଟଣାର ମଜା ନେବା ସହ ରେକଡ଼ିଂ କରି ଏହାକୁ ସୋସିଆଲ ମେଡିଆରେ ଭାଇରଲ ମଧ୍ୟ କରିଛନ୍ତି । ଭିଡ଼ିଓ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେହି ଜଣେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ କରିଥିବା ଜଣାପଡିଛି । ଯାହା ଫଳରେ ଏବେ ଉକ୍ତ ଭିଡିଓଟି ମୋବାଇଲ ରୁ ମୋବାଇଲ ଘୁରି ବୁଲିବାରେ ଲାଗିଛି। ମିଳିଥିବା ସୂଚନା ପ୍ରକାରେ ରାଗିଂ କରି ଗିରଫ ହୋଇଥିବା ଛାତ୍ର ଅଭିଷେକ ନାହାକ ପୂର୍ବରୁ ଉକ୍ତ କଲେଜରେ ବହୁ ବିଦ୍ୟାର୍ଥୀଙ୍କୁ ଦୁର୍ବ୍ୟବହାର କରିବା ସହ ରାଗିଂ ମଧ୍ୟ କରିଥିଲେ । ଏନେଇ କିଛି ବିଦ୍ୟାର୍ଥୀ କଲେଜ ପ୍ରିନ୍ସିପାଲଙ୍କୁ ଜଣାଇବା ପରେ ପ୍ରିନ୍ସିପାଲ ଗିରଫ ଅଭିଷେକଙ୍କ ଅଭିଭାବକଙ୍କୁ କଲେଜକୁ ଡାକି ଅଭିଷେକଙ୍କୁ ତାଗିତ କରିବା ସହ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଥିଲେ ।

ଗିରଫ ଛାତ୍ର ଅଭିଷେକଙ୍କ ବିରୋଧରେ ପୂର୍ବରୁ ଏକାଧିକ ମାମଲା ରହିଥିବା ପୁଲିସ କହିଛି । ଏହି ଘଟଣାକୁ ନେଇ ଆଣ୍ଟି ରାଗିଂ କମିଟିରେ ଆଲୋଚନା କରି ନିଷ୍ପତି ନିଆଯିବ ବୋଲି କଲେଜର ପ୍ରିନ୍ସିପାଲ ଡ. ପ୍ରମିଳା ଖାଡଙ୍ଗା କହିଛନ୍ତି । ଅନ୍ୟପଟେ ଗିରଫ ହୋଇଥିବା ଦୁଇ ଛାତ୍ର ଅଭିଶେଷକ ,ବାବୁଲାଙ୍କୁ କଲେଜରୁ ସବୁଦିନ ପାଇଁ ବହିଷ୍କୃତ କରିବାକୁ ପୁଲିସ ପକ୍ଷରୁ କଲେଜ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରାଯାଇଥିବା ବେଳେ ଏହି ରେଗିଂରେ ସଂପୃକ୍ତ ଅନ୍ୟ ଛାତ୍ରଛାତ୍ରୀଙ୍କୁ ୧ ବର୍ଷ ପାଇଁ କଲେଜରୁ ନିଲମ୍ବନ କରିବାକୁ ପୁଲିସ ସୁପାରିଶ କରାଯାଇଥିବା ନେଇ ଏକ ପ୍ରେସ ବିଜ୍ଞପ୍ତିରେ ବ୍ରହ୍ମପୁର ଏସପି ଡ଼.ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି ।

Related posts

ବିଜୁଳି ଖୁଣ୍ଟାରେ ଆତ୍ମହତ୍ୟା

Odisha Halchal

ହାତୀ ଉପଦ୍ରବ ,ଆତଙ୍କ ର ସଚେତନତା କାର୍ଯ୍ୟକ୍ରମ

Odisha Halchal

ଜି ଆଇ ଇ ଟି ଵିଶ୍ଵ ବିଦ୍ୟାଳୟରେ ଦିନିକିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

Odisha Halchal

Leave a Comment